ତାପମାତ୍ରା: ରାଜ୍ୟର ୪ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ, ୪୨.୨ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ ସହର

Advertisment
ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି: ଭୁବନେଶ୍ବର, ଝାରସୁଗୁଡ଼ାରେ ତାପାମାତ୍ରା ୪୧ ଡିଗ୍ରି ରେକର୍ଡ

Loksatta

ଭୁବନେଶ୍ୱର: ରାଜ୍ୟର ୪ଟି ସହରରେ ଗୁରୁବାର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। କାଳବୈଶାଖୀ ଯୋଗୁଁ ବୁଧବାର ରାତିରେ ବର୍ଷା ହୋଇଥିବାରୁ ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ମାତ୍ର ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ସମ୍ବଲପୁରରେ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ପାରଦ ୪୨.୧ ଡିଗ୍ରିକୁ ଛୁଇଁଥିଲା। ସେହିପରି ସୋନପୁରରେ ୪୨ ଓ ଝାରସୁଗୁଡ଼ାରେ ୪୧.୮ ଡିଗ୍ରି ରେକର୍ଡ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe