Loksatta
ଭୁବନେଶ୍ୱର: ଜୁନ ୨ୟ ସପ୍ତାହ ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ତାପମାତ୍ରା ଆବଶ୍ୟକ ଅନୁସାରେ ହ୍ରାସ ପାଇ ନାହିଁ। ରାଜ୍ୟର ୯ଟି ସହରର ତାପମାତ୍ରା ରବିବାର ୪୦ ଡିଗ୍ରି ରେକର୍ଡ କରାଯାଇଛି। ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୪୩.୬ ଡିଗ୍ରି ସହ ସମ୍ବଲପୁରରେ ଆଜି ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ କରାଯାଇଛି। ଫଳରେ ସହରର ଲୋକେ ଆଜି ଖରା ଓ ଗରମରେ ଡହଳବିକଳ ହୋଇଛନ୍ତି।
ସମ୍ବଲପୁର ଉପକଣ୍ଠ ହୀରାକୁଦରେ ଆଜି ପାରା ୪୩.୧ ଡିଗ୍ରି ପହଂଚିଛି। ତାଳଚେରର ତାପମାତ୍ରା ୪୨.୬ ଡିଗ୍ରି, ଝାରସୁଗୁଡ଼ା ୪୨.୨ ଡିଗ୍ରି, ବଲାଙ୍ଗୀର ୪୨ ଡିଗ୍ରି, ମାଲକାନଗିରି ୪୧ ଡିଗ୍ରି, ସୋନପୁର ୪୦.୫ ଡିଗ୍ରି, ଭବାନୀପାଟଣା ୪୦.୫ ଡିଗ୍ରି, ଅନୁଗୁଳ ୪୦.୪ ଡିଗ୍ରି, ଭୁବନେଶ୍ୱର ୩୭ ଡିଗ୍ରି ଛୁଇଁଛି।
କଟକ ଓ ଭୁବନେଶ୍ୱର ସମେତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ତଳକୁ ରହିଛି। ମାତ୍ର ତାପାମାତ୍ରା କମ ରହିଥିବା ବେଳ ବି ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି।
Follow Us