Photo by : Morocco World News
ଭୁବନେଶ୍ୱର: ରାଜ୍ୟର ୧୦ଟି ସହରର ତାପମାତ୍ରା ଶୁକ୍ରବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାପମାତ୍ରା ୪୫.୫ ରେକର୍ଡ କରାଯାଇଛି। ବଲାଙ୍ଗୀର ସହରର ତାପମାତ୍ରା ଗୁରୁବାର ଅପେକ୍ଷା ଆଜି ଅଧିକ ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ କରାଯାଇଛି। ସୋନପୁରର ତାପମାତ୍ରା ଗୁରୁବାର ୪୩.୨ ଡିଗ୍ରି ଥିବା ବେଳେ ଆଜି ୪୪ ଡିଗ୍ରି ରେକର୍ଡ କରାଯାଇଛି। ସକାଳ ୮ଟାରୁ ଅପରାହ୍ଣ ୪ଟା ଯାଏଁ ବାହାରକୁ ବାହାରିବା ଅସହ୍ୟ ହୋଇ ପଡ଼ିଥିଲା।
ପ୍ରମୁଖ ସହରର ତାପମାତ୍ରା
-ଟିଟିଲାଗଡ଼ ୪୫.୫ ଡିଗ୍ରି
-ବଲାଙ୍ଗୀର ୪୪.୬ ଡିଗ୍ରି
-ସୋନପୁର ୪୪.୦ ଡିଗ୍ରି
-ସମ୍ବଲପୁର ୪୩.୩ ଡିଗ୍ରି
-ଝାରସୁଗୁଡ଼ା ୪୩.୨ ଡିଗ୍ରି
-ହୀରାକୁଦ ୪୨.୪ ଡିଗ୍ରି
-ଅନୁଗୁଳ ୪୧.୭ ଡିଗ୍ରି
-ସୁନ୍ଦରଗଡ଼ ୪୧.୫ ଡିଗ୍ରି
-ତାଳଚେର ଓ ମାଲକାନଗିିରି ୪୦ ଡିଗ୍ରି
ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।
Follow Us