ତାପମାତ୍ରା: ୧୧ ସହରରେ ପାରା ୪୦ ଡିଗ୍ରି ଉପରେ, ଟିଟିଲାଗଡ଼ରେ ସର୍ବାଧିକ ୪୫ ଡିଗ୍ରି

ଉପକୂଳରେ ଥଣ୍ଡା, ପଶ୍ଚିମରେ ଗରମ; ୪୦ ଡିଗ୍ରିରେ ତାତିଲା ନୂଆପଡ଼ା

ଭୁବନେଶ୍ୱର: ରାଜ୍ୟର ୧୧ଟି ସହରର ତାପମାତ୍ରା ମଙ୍ଗଳବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାପମାତ୍ରା ୪୫ ଡିଗ୍ରି ରେକର୍ଡ କରାଯାଇଛି। ବଲାଙ୍ଗୀର ସହରର ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ କରାଯାଇଛି। ସୋନପୁରର ୪୩.୨ ଡିଗ୍ରି ରହିଛି। ସକାଳ ୮ଟାରୁ ଅପରାହ୍ଣ ୪ଟା ଯାଏଁ ବାହାରକୁ ବାହାରିବା ଅସହ୍ୟ ହୋଇ ପଡ଼ିଥିଲା।

ପ୍ରମୁଖ ସହରର ତାପମାତ୍ରା

-ଟିଟିଲାଗଡ଼ ୪୫ ଡିଗ୍ରି
-ଝାରସୁଗୁଡ଼ା ୪୩.୮ ଡିଗ୍ରି
-ବଲାଙ୍ଗୀର ୪୩.୬ ଡିଗ୍ରି
-ସମ୍ବଲପୁର ୪୩.୪ ଡିଗ୍ରି
-ସୋନପୁର ୪୩.୨ ଡିଗ୍ରି
-ଭବାନୀପାଟଣା ୪୩ ଡିଗ୍ରି
-ତାଳଚେର ୪୨.୫ ଡିଗ୍ରି
-ହୀରାକୁଦ ୪୨.୪ ଡିଗ୍ରି
-ମାଲକାନଗିରି ୪୨ ଡିଗ୍ରି
-ଅନୁଗୁଳ ୪୦.୭ ଡିଗ୍ରି

ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ମାତ୍ର ପଶ୍ଚିମ ଓଡ଼ିଶାର ତାପମାତ୍ରା ଅସହ୍ୟ ହୋଇପଡ଼ିଛି। ପୂର୍ବାହ୍ଣ ୧୦ଟା ବେଳେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଘରୁ ପଦାକୁ ବାହାରିବା ସହଜ ହେଉନାହିଁ। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉ ନାହାନ୍ତି। ପୂର୍ବରୁ ଆଂଚଳିକ ପାଣିପାଗ ସତର୍କ ସୂଚନା ଜାରି କରିଛନ୍ତି ଯେ, ମେ’ ମାସ ୨୨ ତାରିଖ ଯାଏଁ ତାପମାତ୍ରା ସ୍ୱାଭାବିକ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe