ତାପମାତ୍ରା: ୧୪ ସହରରେ ପାରା ୪୦ ଡିଗ୍ରି ଉପରେ, ତାଳଚେର ସର୍ବାଧିକ ୪୪.୩ ଡିଗ୍ରି

Advertisment
ଉପକୂଳରେ ଥଣ୍ଡା, ପଶ୍ଚିମରେ ଗରମ; ୪୦ ଡିଗ୍ରିରେ ତାତିଲା ନୂଆପଡ଼ା

ଭୁବନେଶ୍ୱର: ରାଜ୍ୟର ୧୪ଟି ସହରର ତାପମାତ୍ରା ବୁଧୁବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାଳଚେରରେ ଆଜି ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରି ରେକର୍ଡ କରାଯାଇଛି। ବଲାଙ୍ଗୀର ସହରର ତାପମାତ୍ରା ୪୪ ଡିଗ୍ରି ରେକର୍ଡ କରାଯାଇଥିବର ବେଳେ ଝାରସୁଗୁଡ଼ାର ପାରା ୪୩.୬ ଡିଗ୍ରି ଛୁଇଁଛି। ସେହିପରି ଟିଟିଲାଗଡ଼ରେ ୪୩.୬, ସୋନପୁରର ୪୩.୨, ହୀରାକୁଦରେ ୪୨.୩, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୫, ଫୁଲବାଣୀରେ ୪୧.୨, ଚାନ୍ଦବାଲିରେ ୪୧.୧, ସୁନ୍ଦରଗଡ଼ ଓ ମାଲକାନଗିରିରେ ୪୧, ଭୁବନେଶ୍ୱରରେ ୩୭.୭ ଏବଂ କଟକରେ ୩୭.୬ ଡିଗ୍ରି ରେକର୍ଡ କରାଯାଇଛି। ଆଜି ସକାଳ ୮ଟାରୁ ଅପରାହ୍ଣ ୪ଟା ଯାଏଁ ବାହାରକୁ ବାହାରିବା ଅସହ୍ୟ ହୋଇ ପଡ଼ିଥିଲା।

ପ୍ରମୁଖ ସହରର ତାପମାତ୍ରା

-ତାଳଚେର ୪୪.୩ ଡିଗ୍ରି
-ବଲାଙ୍ଗୀର ୪୪.୦ ଡିଗ୍ରି

-ସମ୍ବଲପୁର ୪୩.୯ ଡିଗ୍ରି
-ଝାରସୁଗୁଡ଼ା ୪୩.୬ ଡିଗ୍ରି
-ଟିଟିଲାଗଡ଼ ୪୩.୬ ଡିଗ୍ରି
-ସୋନପୁର ୪୩.୨ ଡିଗ୍ରି
-ହୀରାକୁଦ ୪୨.୩ ଡିଗ୍ରି
-ଅନୁଗୁଳ ୪୧.୯ ଡିଗ୍ରି
-ଭବାନୀପାଟଣା ୪୧.୫ ଡିଗ୍ରି
-ଫୁଲବାଣୀ ୪୧.୨ ଡିଗ୍ରି
-ଚାନ୍ଦବାଲି ୪୧.୧ ଡିଗ୍ରି
-ସୁନ୍ଦରଗଡ଼ ଓ ମାଲକାନଗିରି: ୪୧ ଡିଗ୍ରି
-ଭୁବନେଶ୍ୱର: ୩୭.୭ ଡିଗ୍ରି
-କଟକରେ ୩୭.୬ ଡିଗ୍ରି

ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ମାତ୍ର ପଶ୍ଚିମ ଓଡ଼ିଶାର ତାପମାତ୍ରା ଅସହ୍ୟ ହୋଇପଡ଼ିଛି। ପୂର୍ବାହ୍ଣ ୧୦ଟା ବେଳେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଘରୁ ପଦାକୁ ବାହାରିବା ସହଜ ହେଉନାହିଁ। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe