ତାପମାତ୍ରା: ୧୦ ସହରର ପାରା ୪୦ ଟପିଲା, ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର, ପାରା ୪୪.୨ ଡିଗ୍ରି

Advertisment
ତାପମାତ୍ରା: ସମ୍ବଲପୁର ୪୦.୬ ଡିଗ୍ରି ଓ ବାରିପଦାରେ ତାତି ୪୦.୫ ଡିଗ୍ରି

Photo by : Morocco World News

ଭୁବନେଶ୍ୱର: ରାଜ୍ୟର ୧୦ଟି ସହରର ତାପମାତ୍ରା ଶୁକ୍ରବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ କରାଯାଇଛି। ସମ୍ବଲପୁର ସହରର ତାପମାତ୍ରା ୪୩.୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବେଳେ ହୀରାକୁଦର ପାରା ୪୩.୮ ଡିଗ୍ରି ଛୁଇଁଛି। ସେହିପରି ଝାରସୁଗୁଡ଼ାରେ ୪୩.୬, ସୋନପୁରର ୪୩.୨, ବଲାଙ୍ଗୀରରେ ୪୨.୭, ଭବାନୀପାଟଣାରେ ୪୧.୫, ମାଲକାନଗିରିରେ ୪୧.୦, ସୁନ୍ଦରଗଡ଼ରେ ୪୦.୦ ଡିଗ୍ରି ରେକର୍ଡ କରାଯାଇଛି। ଆଜି ସକାଳ ୮ଟାରୁ ଅପରାହ୍ଣ ୪ଟା ଯାଏଁ ବାହାରକୁ ବାହାରିବା ଅସହ୍ୟ ହୋଇ ପଡ଼ିଥିଲା।

ପ୍ରମୁଖ ସହରର ତାପମାତ୍ରା

-ଟିଟିଲାଗଡ଼ ୪୪.୨ ଡିଗ୍ରି
-ସମ୍ବଲପୁର ୪୩.୯ ଡିଗ୍ରି
-ହୀରାକୁଦ ୪୩.୮ ଡିଗ୍ରି
-ଝାରସୁଗୁଡ଼ା ୪୩.୬ ଡିଗ୍ରି
-ସୋନପୁର ୪୩.୨ ଡିଗ୍ରି
-ବଲାଙ୍ଗୀର ୪୨.୭ ଡିଗ୍ର
-ଭବାନୀପାଟଣା ୪୧.୫ ଡିଗ୍ରି
-ମାଲକାନଗିରି ୪୧.୦ ଡିଗ୍ରି
-ସୁନ୍ଦରଗଡ଼ ୪୦.୦ ଡିଗ୍ରି

ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ମାତ୍ର ପଶ୍ଚିମ ଓଡ଼ିଶାର ତାପମାତ୍ରା ଅସହ୍ୟ ହୋଇପଡ଼ିଛି। ପୂର୍ବାହ୍ଣ ୧୦ଟା ବେଳେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଘରୁ ପଦାକୁ ବାହାରିବା ସହଜ ହେଉନାହିଁ। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe