ଆଜି ବରଗଡ଼ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

Advertisment
ଆଜି ବରଗଡ଼ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

Tfipost.com

ବରଗଡ଼/ସୋହେଲା: ପନ୍ଦର ଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ବରଗଡ଼ ଜିଲ୍ଲା ଗସ୍ତ କରୁଛନ୍ତି। ୫ ତାରିଖ ସକାଳେ ସେ ଭୁବନେଶ୍ବରଠାରୁ ସ୍ବତନ୍ତ୍ର ବିମାନରେ ସ‌ାଢ଼େ ୧୦ଟା ସକାଳୁ ସତୀଭଟା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ହେଲିକ୍ଟରରେ ସେ ବାହାରି ୧୦.୫୫ରେ ସୋହେଲା ବ୍ଲକ୍‌ ହଳଦୀପାଲି ପଡ଼ିଆରେ ଅବତରଣ କରିବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସାଧାରଣ ସଭାକୁ ସମ୍ବୋଧିତ କରି ସ୍ବତନ୍ତ୍ର ‌ବସ୍‌ରେ ୧୮ କି‌େଲାମିଟର୍‌ ଦୂର ଘେଁସ୍‌ ପର୍ଯ୍ୟନ୍ତ ଯାତ୍ରା କରିବେ। ଏହି ଅବଧି ଭିତରେ ସେ ଛୁରିଆପାଲିଠାରେ ଯାଯାବର ପ୍ରକଳ୍ପ, ପେଟୁପାଲିଠାରେ ସହିଦ କୁଞ୍ଜେଲ ସିଂ ଶିଶୁ ଉଦ୍ୟାନ, ଘେଁସ୍‌ଠାରେ ମାଧୋ ସିଂଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ସାଧାରଣ ସଭାକୁ ଉଦ୍‌ବୋଧନ ଦେବା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରେ ନୂଆପଡ଼ା ଅଭିମୁଖେ ବାହାରିବେ। ସୁରକ୍ଷା ଦାୟିତ୍ବରେ ୨୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ରହିବେ। ଏହାବାଦ୍‌ ୪ଜଣ ଏଏସ୍‌ପି, ୭ଜଣ ଡିଏସ୍‌ପି, ୨୦ଜଣ ଇନ୍‌ସପେକ୍ଟର ଓ ଶ‌ହେ ଜଣ ଏସ୍‌ଆଇ/ଏଏସ୍‌ଆଇ ମୁତୟନ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe