ଆଜି ସରିଯିବ ବାଲିଯାତ୍ରା, ଯୋଗ ଦେବେ ରାଜ୍ୟପାଳ

Advertisment
ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା, ଏଥର ୮ ଦିନ ଚାଲିବ ମେଳା

କଟକ : ଆଜି ଉଦ୍‌ଯାପିତ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା। ଗଲା ୮ ତାରିଖ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ବୁଧବାର ଦିନ ଶେଷ ହେବାକୁ ଥିବା ବେଳେ ପ୍ରଶାସନିକ ନିଷ୍ପତ୍ତିକ୍ରମେ ଏହାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା। ଆଜି ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷ ଅନେକ ଦୃଷ୍ଟିରୁ କଟକ ବାଲିଯାତ୍ରା ଇତିହାସ ରଚିଛି। ସର୍ବାଧିକ ୧୦ ଦିନ ଧରି ଚଳିତ ବର୍ଷ ବାଲିଯାତ୍ରା ଆୟୋଜିତ ହୋଇଥିବା ବେଳେ କଟକ ବାଲିଯାତ୍ରା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ ନିଜ ବକ୍ତବ୍ୟରେ ସ୍ବତନ୍ତ୍ର ବର୍ଣ୍ଣନା କରିବା ଏବଂ କାଗଜ ଡଙ୍ଗା ପ୍ରସ୍ତୁତିରେ କଟକର ଛାତ୍ରଛାତ୍ରୀ ବିଶ୍ବ ରେକର୍ଡ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ-ଇନ୍-କଟକ ଭଳି ଅନେକ ଅଭିନବ ଆଉ ଆକର୍ଷଣୀୟ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ଭିଡ଼ ଆଉ ବ୍ୟବସାୟ ପୂର୍ବ ସମସ୍ତ ରେକର୍ଡକୁ ଟପି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe