Advertisment

କଳା ଅଧ୍ୟାୟକୁ ପଛରେ ଛାଡ଼ି ଆଜିର ଭାରତ ଗଢ଼ିଉଠିଛି: ମୁଖ୍ୟମନ୍ତ୍ରୀ

Advertisment

ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ‌କହିଛନ୍ତି, ଏହି ଦିବସ ଆମକୁ ଶିଖାଏ କି ଦେଶମାତୃକା ପାଇଁ ଜାତୀୟ ଏକତା ଓ ଅଭିମାନକୁ ସର୍ବପ୍ରଥମେ ରଖିବା ଆବଶ୍ୟକ....

ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ‌କହିଛନ୍ତି, ଏହି ଦିବସ ଆମକୁ ଶିଖାଏ କି ଦେଶମାତୃକା ପାଇଁ ଜାତୀୟ ଏକତା ଓ ଅଭିମାନକୁ ସର୍ବପ୍ରଥମେ ରଖିବା ଆବଶ୍ୟକ....

Today's India is being built by leaving the dark chapter behind: Chief Minister

Today's India is being built by leaving the dark chapter behind: Chief Minister Photograph: (sambad.in)

ଭୁବନେଶ୍ବର: ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ‌କହିଛନ୍ତି, ଏହି ଦିବସ ଆମକୁ ଶିଖାଏ କି ଦେଶମାତୃକା ପାଇଁ ଜାତୀୟ ଏକତା ଓ ଅଭିମାନକୁ ସର୍ବପ୍ରଥମେ ରଖିବା ଆବଶ୍ୟକ। ବିଭାଜନ ବିଭୀଷିକା ସ୍ମୃତି ଦିବସ ଆମ ପାଇଁ କେବଳ ଏକ ସାମାନ୍ୟ ଦିବସ ନୁହେଁ।

ଆଜି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ,ବିଜେପି ସରକାର କେବଳ ସ୍ମୃତିଚାରଣରେ ସୀମିତ ନୁହେଁ, କାର୍ଯ୍ୟରେ ମଧ୍ୟ ଇତିହାସର ଅନ୍ୟାୟକୁ ସୁଧାରୁଛି। କଶ୍ମୀରରୁ ଧାରା ୩୭୦ ହଟାଇ, "ଏକ ଦେଶ - ଏକ ବିଧାନ - ଏକ ନିଶାନ"ର ସ୍ୱପ୍ନକୁ ସାର୍ଥକ କରାଯାଇଛି । ସୀମା ହେଉ କି ବିଶ୍ଵପଟଳ ହେଉ ଆଜି ଭାରତ ନିଜର ଅଖଣ୍ଡତା ଓ ସାର୍ବଭୌମତା ସହ ସାଲିସ କରୁନାହିଁ। ଆକ୍ରମଣକାରୀଙ୍କୁ ଦୃଢ଼ ଜବାବ ଦେଉଛି । ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଆମେ ଯେତେବେଳେ ପୂର୍ବଜମାନଙ୍କ ତ୍ୟାଗକୁ ସ୍ମରଣ କରୁଛୁ, ସେତେବେଳେ ଆଜିର ନୂଆ ଭାରତ ସେମାନଙ୍କ ସାହସ ଓ ସଂକଳ୍ପକୁ ପ୍ରଣାମ ଜଣାଉଛି ବୋଊି ମୁଖ୍ୟମନ୍ତ୍ରୀ କହିଛନ୍ତି।

CM Mohan Charan Majhi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe