ଆଜି ଭୋଟ ଗଣନା: ଭଦ୍ରକ ଟାଉନରେ ୧୪୪ ଧାରା

୨୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ

ଉପନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍, ୪୮୮ ​କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ 

image source--india ahead

ଭଦ୍ରକ: ପୌର ପରିଷଦ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣତି ଶନିବାରଠାରୁ ଆରମ୍ଭ ହେବ। ଏହି ଅବସରରେ ଭଦ୍ରକ ମ୍ୟୁନିସିପାଲିଟିସ୍ଥିତ ଭଦ୍ରକ ଜିଲ୍ଲା ସ୍କୁଲରେ ହୋଇଥିବା ଭୋଟ ଗଣତି କେନ୍ଦ୍ରରେ ସକାଳ ୮ଟାରୁ ଗଣତି ଆରମ୍ଭ ହେଉଛି। ଶୃଙ୍ଖଳିତ ଗଣତି କଭଳି ହେବ ସେଥିନେଇ ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।

ଉକ୍ତ ନିର୍ବାଚନରେ ଭଦ୍ରକ ସହରର ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ପ୍ରାର୍ଥୀମାନେ କାଉନସିଲ ଓ ଅଧ୍ୟକ୍ଷ ପଦବୀରେ ନିର୍ବାଚନ ଲଢ଼ୁଥିବାରୁ ଭୋଟ ଗଣତି କେନ୍ଦ୍ରରେ ଉଭୟ ସମ୍ପ୍ରଦାୟ ପକ୍ଷରୁ ଅଧିକ ଗହଳି ହେବା ସମ୍ଭାବନା ରହିଛି। ପୂର୍ବରୁ ଭଦ୍ରକ ସହରରେ ଅନେକ ଥର ବିଭିନ୍ନ କାରଣରୁ ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଗଣନା ପାଇଁ ଶୁକ୍ରବାର ମଧ୍ୟ ରାତ୍ରିରୁ ଭଦ୍ରକ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହା ୨୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଲବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe