ସୁନ୍ଦରଗଡ଼ : ବିକ୍ରି ହେଉଛି ଟୋକନ, ଚାଷୀଠାରୁ ୧୦ରେ କିଣି ୧୮ଟଙ୍କାରେ ମଣ୍ଡିରେ ବିକୁଛି ଦଲାଲ

Advertisment
ଧାନ ସଂଗ୍ରହକୁ ସ୍ବଚ୍ଛ କରିବ ‘୧୯୬୭’; ଚାଷୀ ଜାଣିବ ଜମି, ବିକ୍ରି ଯୋଗ୍ୟ ଧାନ ତଥ୍ୟ

odishanewslens.com

ସୁନ୍ଦରଗଡ଼ : ସରକାର ଚାଷୀଙ୍କ ଧାନର ଠିକ୍ ମୂଲ୍ୟ ପ୍ରଦାନ ପାଇଁ ଟୋକନ୍ ବ୍ୟବସ୍ଥା କରିଛନ୍ତି। ମାତ୍ର କେତେକ ମିଲର ଓ ସମବାୟ କର୍ମଚାରୀଙ୍କ ସହିତ ଅସାଧୁ ମେଣ୍ଟ କରି ଦଲାଲ୍‌ମାନେ ମାଲାମାଲ ହେଉଛନ୍ତି। ଛୋଟ ଚାଷୀ, ଅର୍ଥାତ୍ ୫ ଏକରରୁ କମ୍ ଧାନ ଚାଷ କରିଥିବା ଚାଷୀମାନେ ଏଭଳି ଶୋଷଣର ଶିକାର ହୋଇ ଅଭିଯୋଗ କଲାପରେ ସତ ପଦାକୁ ଆସିଛି।

ଜିଲ୍ଲାର ଅଧିକାଂଶ ବ୍ଲକରେ ଦଲାଲମାନେ ଛୋଟ ଚାଷୀଙ୍କ ଜମିପଟ୍ଟାକୁ ନେଇ ଖେଳରେ ମାତି ଯାଇଛନ୍ତି। ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ କୁଇଣ୍ଟାଲ ଧାନ କିଣିବାର ଟାର୍ଗେଟ ଥିବାବେଳେ ୪୪ ଟି ଲ୍ୟାମ୍ପ୍ସ ମାଧ୍ୟମରେ ୧୪ ମିଲର୍‌ଙ୍କ ସାହାଯ୍ୟରେ ଧାନ କିଣା ଚାଲିଛି।  ଅନୁକୂଳ ପାଗ କାରଣରୁ ଫସଲ ଅମଳ ଭଲ ହୋଇଛି। କିନ୍ତୁ ଚାଷୀମାନେ ଦୁଇ ପଇସା ଲାଭ କରିବା ପରିବର୍ତେ ଦଲାଲମାନେ ମାଲେମାଲ ହେଉଛନ୍ତି। ଦଲାଲମାନେ ସମବାୟ ସମିତି କର୍ମଚାରୀଙ୍କୁ ହାତକରି ୫ ଏକରରୁ କମ୍ ଜମି ଥିବା ଛୋଟ ଛୋଟ ଚାଷୀଙ୍କ ନାମରେ ରେଜିଷ୍ଟ୍ରେସନ କରି କ୍ବିଣ୍ଟାଲ ପ୍ରତି ଚାଷୀଙ୍କୁ ୧୦୦ ଟଙ୍କା ଦେଇ ସେମାନଙ୍କ ଟୋକନ କିଣି ନେଉଛନ୍ତି। ପୁଣି ଅନେକ ଛୋଟ ଚାଷୀ କହୁଛନ୍ତି ଯେ ସେମାନଙ୍କର ଯଦିଓ ୫ ଏକରରୁ କମ୍ ଚାଷ ଜମି ଅଛି, କିନ୍ତୁ ନିଜ ବ୍ୟବହାର ପାଇଁ ରଖୁଥିବାରୁ ସେମାନେ ଧାନ ବିକ୍ରି କରନ୍ତି ନାହିଁ। କିନ୍ତୁ ଦଲାଲମାନେ ତାଙ୍କ ଅଜାଣତରେ କୌଣସି ଉପାୟରେ ତାଙ୍କ ନାମରେ ଟୋକନ ବାହାର କରି ଦେଇଛନ୍ତି। ତାପରେ ଦଲାଲମାନେ ଝାଡଖଣ୍ଡ ଓ ଛତିଶଗଡ ସମେତ ସ୍ଥାନୀୟ ଚାଷୀଙ୍କଠାରୁ ୧୦ ରୁ ୧୧ ଟଙ୍କା ଦରରେ ପୁରୁଣା ଧାନକିଣି ତାହାକୁ ଉପରୋକ୍ତ ଉପାୟରେ ହାସଲ କରାଯାଇଥିବା ଟୋକନ୍ ମାଧ୍ୟମରେ ୧୮ ଟଙ୍କାରେ ମଣ୍ଡିରେ ବିକ୍ରି କରି ମାଲେମାଲ ହେଉଛନ୍ତି। ଏଥିପାଇଁ ଗୋଟିଏ ବଡ଼ ରାକେଟ୍ କାମ କରୁଛି। ସେଥିରେ ଦଲାଲଙ୍କ ସମେତ ମିଲର ଓ ଲ୍ୟାମ୍ପ୍ସ କର୍ମଚାରୀ ରହିଛନ୍ତି। କେବଳ ଏତିକି ନୁହେଁ, ପୁରୁଣା ଧାନ ବିକ୍ରି କରିବାଲାଗି ଚାହୁଥିବା ଛୋଟ ଚାଷୀଙ୍କୁ ମଧ୍ୟ କୌସଳକ୍ରମେ ସେଥିରୁ ବଞ୍ଚିତ କରା ଯାଉଛି। ଜଣେ ଚାଷୀ ଯଦି ବଳକା ପୁରୁଣା ଧାନ ବିକ୍ରି କରିବାଲାଗି ମଣ୍ଡିକୁ ଆସୁଛି, ତେବେ ତା ଧାନକୁ ନାକଚ କରି ଦିଆ ଯାଉଛି। ତେଣୁ ଚାଷୀ ଧାନକୁ ନେଇ ଦଲାଲକୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ସେହି ପୁରୁଣା ଧାନକୁ ଦଲାଲ୍ ନେଇ ମଣ୍ଡିରେ ୧୮ ଟଙ୍କାରେ ବିକ୍ରି କରୁଛି। ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀଙ୍କ ତରଫରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe