ଚୋରି ଗହଣା ଉଦ୍ଧାର, ୪ ଗିରଫ

Advertisment
ଚୋରି ଗହଣା ଉଦ୍ଧାର, ୪ ଗିରଫ

ବଡ଼ବିଲ : ବଡ଼ବିଲ ପୁଲିସ ଚୋରି ସୁନା ଓ ରୁପା ଗହଣା ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସେଡିଙ୍ଗ ବସ୍ତିର ଶ୍ରୀନାଥ କାରୁଆ (୨୪), ମଧୁସୂଦନ ଦାସ (୩୦), ଉପରବସ୍ତିର ନିରାଶ କାରୁଆ (୨୧) ଓ ରମେଶ ନାଏକ (୩୦)।

ପୁଲିସ ସୂଚନା ଅନୁସାରେ, ଗଜ ଜୁଲାଇ ମାସ ୮ ତାରିଖରେ ବଡ଼ବିଲ ଥାନା ଉପରବସ୍ତିର ନାହିଦ ଖାନ୍‌ ପରିବାର ସହ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ୧୧ ତାରିଖରେ ଫେରିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ତିନିଟି ଆଲମିରା ଭାଙ୍ଗି ଦୁର୍ବୃତ୍ତମାନେ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଗହଣା ଚୋରି କରିଥିଲେ। ଏନେଇ ନାହିଦ ବଡ଼ବିଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ୪ ମାସ ପରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ କିଛି ଚୋରି ଗହଣା ଉଦ୍ଧାର କରିଛି। ଯାହାର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe