‘ସୁଭଦ୍ରା’ ପାଇଁ ‌ଜାରି ହେଲା ଟୋଲ୍ ଫ୍ରି ନମ୍ବର ୧୪୬୭୮

‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ୧୪୬୭୮ ଜାରି ହୋଇଛି। ଏହି ନମ୍ବରଟି ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ।

subhadra yojana

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ୧୪୬୭୮ ଜାରି ହୋଇଛି। ଏହି ନମ୍ବରଟି ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ଏହି ସମୟସୀମା ଭିତରେ ‌ଯେ କୌଣସି ବ୍ୟକ୍ତି ଏହି ଟୋଲ ଫ୍ରି ନମ୍ବରରେ କଲ୍ କରି ସୁଭଦ୍ରା ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପାଇପାରିବେ। ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ମହିଳାମାନେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନ କୌଣସି ଆର୍ଥିକ ସହାୟତା ଯଥା ପେନସନ, ଛାତ୍ରବୃତ୍ତି ଇତ୍ୟାଦି ପ୍ରତି ମାସରେ ୧୫ଶହ କିମ୍ବା ତା’ଠାରୁ ଅଧିକ ଓ ବାର୍ଷିକ ୧୮ହଜାର ଟଙ୍କା କିମ୍ବା ଅଧିକ ପାଉଥିଲେ ସେମାନେ ଅଯୋଗ୍ୟ ଘୋଷିତ ହେବେ।

ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ
ମାନଦଣ୍ଡ ପୂରଣ କରୁଥିବା ଅଙ୍ଗନବାଡ଼ି, ଆଶା ଓ ଅନ୍ୟମାନେ କରିପାରିବେ ଆବେଦନ

ମାତ୍ର ଅଙ୍ଗନବାଡ଼ି କର୍ମୀ-ସହାୟିକା, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବୁକ୍‌ କିପର(ଏମ୍‌ବିକେ) ଓ ଆଉଟସୋର୍ସିଂ ଏଜେନ୍ସିଂ ଦ୍ବାରା ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଉଥିଲେ ସେମାନେ ମଧ୍ୟ ଏହି ଯୋଜନା ପାଇଁ ଆବେଦନ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏ ନେଇ ଲୋକସେବା ଭବନରେ ରାଜ୍ୟ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଜିଲ୍ଲା, ପୌରାଞ୍ଚଳ ଓ ବ୍ଲକସ୍ତରରେ ଏହି ଯୋଜନାର ମାର୍ଗଦର୍ଶିକା ଓ କାର୍ଯ୍ୟକାରିତା ସଂପର୍କରେ ପ୍ରଶିକ୍ଷଣ ଜାରି ରହିଛି। ବୈଠକରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ସୁଶୀଲ ଲୋହାନୀ, ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, ମହିଳା ଓ ଶିଶୁ ବିକାଶର ପ୍ରମୁଖ ସଚିବ ଶୁଭା ଶର୍ମା, ସମବାୟ ବିଭାଗର ସଚିବ ରାଜେଶ ପ୍ରଭାକର ପାଟିଲ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ସମସ୍ତ ରାଜସ୍ବ ଆୟୁକ୍ତ, ଜିଲ୍ଲାପାଳ ଆଭାସି ଜରିଆରେ ଯୋଡ଼ି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe