Toll gate employee dies after being hit by a Scorpio truck carrying cattle
ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୪୯ ଗୋବିନ୍ଦ ପୁର ଟୋଲ ଗେଟ ନିକଟରେ ଗୋଚାଲାଣ କରୁଥିବା ସ୍କର୍ପିଓ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ କଦମଡ଼ିହି ଗ୍ରାମର ଅନିଲ କୁମାର ପଟେଲ ବୋଲି ଜଣାପଡିଛି। ମୃତ ଅନିଲ ଟୋଲ୍ ଗେଟର କର୍ମଚାରୀ।
ଦୁର୍ଘଟଣାପରେ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାସହ ଅନିଲଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।
ଏହା ସହ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଜବତ କରି ୬ ଟି ଗୋରୁ ଉଦ୍ଧାର କରିଥିବା ବେଳେ ଗୋରୁ ଚାଲାଣ କରୁଥିବା ଅଭିଯୁକ୍ତମାନେ ଫେରାର ଥିବା ରେଙ୍ଗାଲି ପୁଲିସ ଗୁରୁବାର ସକାଳେ ସୂଚନା ଦେଇଛି । ଟୋଲ ଗେଟ ଠିକାଦାରକୁ ଡକାଯାଇଥିବା ପୁଲିସ ସୂଚନା ଦେଇଛି। ଦୁର୍ଘଟଣା ଭୋର ସମୟରେ ଘଟିଛି।
Follow Us