ପୁରୀ: ଆସନ୍ତାକାଲି ବାହୁଡାଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଫେରିବେ। ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ରହିଛି।ବାହୁଡାଯାତ୍ରା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲା ସମେତ ସହରରେ କର୍ଫ୍ୟୁ କରାଯାଇଛି। ମଙ୍ଗଳବାର ରାତିରୁ ୨ ତାରିଖ ଅର୍ଥାତ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବଡଦାଣ୍ଡକୁ କାହାକୁ ଆସିବାକୁ ଦିଆଯିବ ନାହିଁ। କେବଳ ସେବକମାନେ ରଥ ଟାଣିପାରିବେ। ବଡଦାଣ୍ଡରେ କଡା ସୁରକ୍ଷା ଭିତରେ ସବୁ କିଛି କରାଯିବ। ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ସିଲ୍ କରାଯାଇଛି।
/sambad/media/post_attachments/wp-content/uploads/2020/06/89385d80-4d79-4dc3-9a22-4c344ab3209d-300x225.jpg)
/sambad/media/post_attachments/wp-content/uploads/2020/06/84bd5a6c-21b8-41c7-b846-847ea3d451f9-300x225.jpg)
ମହାପ୍ରଭୁଙ୍କ ବାହୁଡାଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ସକାଳ ୮ଟାରୁ ମହାପ୍ରଭୁଙ୍କ ବାହୁଡା ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟାରୁ ରଥଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ମହାପ୍ରଭୁ ବାହୁଡାଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଆସନ୍ତାକାଲି( ବୁଧବାର) ଭୋର ୪ଟାରେ ମଙ୍ଗଳଆଳତୀ, ମଇମଲ ୪ଟା୧୫, ତଡପଲାଗି ୪ଟା୩୦, ରୋଷହୋମ ୪ଟା୩୦, ଅବକାଶ ଭୋର ୫ଟା, ସୂର୍ଯ୍ୟପୂଜା ୫ଟା ୧୫, ଦ୍ବାରପାଳ ପୂଜା ୫ଟା ୩୦ ହୋଇ ସକାଳ ୫ଟା୩୦ ସୁଦ୍ଧା ବେଶଶେଷ ହେବ। ସକାଳ ୫ଟା୪୫ରୁ ୬ଟା୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ( ଖେଚଡି ଭୋଗ) କରାଯିବ। ପରେ ସକାଳ ୭ଟାରୁ ୭ଟା ୩୦ ମଧ୍ୟରେ ସେନାପଟାଲାଗି ହେବ। ସକାଳ ୭ଟା ୪୫ରେ ମଙ୍ଗଳାର୍ପଣ କରାଯାଇ ସକାଳ ୮ଟାରୁ ବାହୁଡା ପହଣ୍ଡି ଆରମ୍ଭ ହେବ। ପୂର୍ବାହ୍ନ ୧୦ଟା ସୁଦ୍ଧା ବାହୁଡା ପହଣ୍ଡି ଶେଷ ହେବ। ସକାଳ ୯ଟାରୁ ପୂର୍ବାହ୍ନ ୧୦ଟା ୩୦ ମଧ୍ୟରେ ବେଶଶେଷ ହେବ। ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା୩୦ ମଧ୍ୟରେ ଛେରାପହଁରା ଅନୁଷ୍ଠିତ ହେବ। ସେହିଭଳି ଚାରମାଳ ଫିଟା ଓ ଘୋଡା ଲାଗିବା ମଧ୍ୟାହ୍ନ ୧୨ଟାରେ ଶେଷ ହୋଇ ରଥଟଣା ଆରମ୍ଭ ହେବ। ମହାପ୍ରଭୁଙ୍କ ବାହୁଡାଯାତ୍ରାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ଏ ପଟେ ୨ ତାରିଖ ସୁନା ବେଶ ପାଇଁ ସିଂହଦ୍ବାରରେ ପ୍ରସ୍ତୁତି ଆରମ୍ଭ ହୋଇଛି।
Follow Us