ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ, ୱେବସାଇଟରେ ୧୧ଟାରେ ଉପଲବ୍ଧ ହେବ

Advertisment
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ, ୱେବସାଇଟରେ ୧୧ଟାରେ ଉପଲବ୍ଧ ହେବ

Business Insider India

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ସୋମବାର ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି। ମଙ୍ଗଳବାର ସକାଳ ୯ଟାରେ କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଏହା ପ୍ରକାଶ ପାଇବ। ଏହାପରେ ଦିନ ୧୧ଟାରେ ପରୀକ୍ଷାଫଳ ବୋର୍ଡର ଅଧିକାରିକ ୱେବସାଇଟ www.bseodisha.nic.in / www.bseodisha.ac.inରେ ଉପଲବ୍ଧ ହେବ। ତେବେ ଯେଉଁମାନଙ୍କ ନିକଟରେ ଇଣ୍ଟରନେଟ୍‌ ସଂଯୋଗ ଉପଲବ୍ଧ ନାହିଁ ସେମାନେ ଏସଏମଏସ୍‌ ଜରିଆରେ ଫଳ ପାଇପାରିବେ। ଏଥିପାଇଁ ସେମାନଙ୍କୁ 5676750 ନମ୍ବରକୁ OR10 Roll No ଟାଇପ କରି ଏସଏମଏସ୍‌ କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe