ଆସନ୍ତାକାଲି ଠାରୁ ଖୋଲିବ ନନ୍ଦନକାନନ

Advertisment
ଆସନ୍ତାକାଲି ଠାରୁ ଖୋଲିବ ନନ୍ଦନକାନନ

Times of India

ବାରଙ୍ଗ: ଫୋନି ବାତ୍ୟା ପ୍ରଭାବରେ ବନ୍ଦ ପଡ଼ିଥିବା ରାଜ୍ୟର ସବୁଠାରୁ ବଡ଼ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଆସନ୍ତାକାଲିଠାରୁ ଖୋଲିବ। ବାତ୍ୟା ‘ଫୋନି’ ପରେ ଏହା ବନ୍ଦ ହୋଇଯାଇଥିଲା। ବୈଷୟିକ କମିଟିର ପରିଦର୍ଶନ ପରେ ନନ୍ଦନକାନନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ଫୋନିର ପ୍ରକୋପରେ ହଜାର ହଜାର ଗଛ ଭାଙ୍ଗି ଯିବାରୁ ନନ୍ଦନକାନନର ସବୁଜିମା ନଷ୍ଟ ହୋଇଯାଇଥିଲା। ନନ୍ଦନକାନନ ପରିସରରେ ଥିବା ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ତାର ବି ଛିଣ୍ଡି ତଳେ ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ଜୀବଜନ୍ତୁ ବର୍ତ୍ତି ଯାଇଛନ୍ତି । ଏଥିପାଇଁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ଥିଲା। ନନ୍ଦନକାନନରେ ୨୧୨ଟି ଖୁଆଡ଼ରେ ଥିବା ୧୫୬ ପ୍ରଜାତିର ୩ ହଜାର ୩୦୩ ଜୀବଜନ୍ତୁ ରହିଛନ୍ତି। ସେମାନଙ୍କ ସୁରକ୍ଷା ଲାଗି କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିଲା। ଛୋଟ ଜୀବଜନ୍ତୁଙ୍କ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ଖୁଆଡ଼ ଘରେ ସୁରକ୍ଷା ବ୍ୟବସ୍ଥାକୁ ବି ବୃଦ୍ଧି କରାଯାଇଥିଲା। ବାଘ, ସିଂହ, ଭାଲୁ, ହାତୀଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe