ଶୀତଳଷଷ୍ଠୀ ଥାଳ ଉଠିଲା

ଶୀତଳଷଷ୍ଠୀ ଥାଳ ଉଠିଲା

ସମ୍ବଲପୁର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠିଛି। ନନ୍ଦପଡ଼ାର ବ˚ ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବା, ବଡ଼ବଜାର ଶୀତଳେଶ୍ବର ବାବା, ଠାକୁରପଡ଼ା ଗୁପ୍ତେଶ୍ବର ବାବା, ବୁଢ଼ାରଜା ପାହାଡ଼େଶ୍ବର ବାବା, ସାକ୍ଷୀପଡ଼ା ଓମ୍‌କାରେଶ୍ବର ବାବା, ଗୋପାଲମାଲ ମହାମାୟା ମନ୍ଦିରର ମହାକାଳେଶ୍ବର ବାବା, ସାଲିଆବଗିଚାର ରାମେଶ୍ବର ବାବା, ସିନ୍ଦୂରପଙ୍କର ତାରକେଶ୍ବର ବାବାଙ୍କ ମନ୍ଦିରରେ ବିଧିମତେ ପୂଜାର୍ଚ୍ଚନା ଓ ଆଳତି ପରେ ଥାଳ ଉଠିଛି। ବରପିତା ଓ ପଡ଼ା ମୁରବିମାନେ ଥାଳ ଧରି ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ନିଜ ପଡ଼ାରୁ ପାଣ୍ଠି ସ˚ଗ୍ରହ କରିଛନ୍ତି।

ମାସେ ପରେ ଦେବଦେବ ମହାଦେବ ଏବଂ ଜଗତ୍‌ଜନନୀ ମାତା ପାର୍ବତୀଙ୍କ ଲୌକିକ ପରଂପରାରେ ବିବାହ ସଂପନ୍ନ ହେବ। ବିବାହ ପର ରାତିରେ ଦେବ ଦମ୍ପତି ନଗର ପରିକ୍ରମାରେ ବାହାରିବେ ଓ ତା’ପରଦିନ ଅପରାହ୍‌ଣରେ ଯାତ୍ରା ଶେଷ ହେବ। ଅକ୍ଷୟ ତୃତୀୟାକୁ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଭାବେ ବିବେଚନା କରା ଯାଉଥିବା ବେଳେ ଏହି ଦିନ ପ୍ରଚଳିତ ପରମ୍ପରା ଅନୁଯାୟୀ ଯାତ୍ରା କମିଟିଗୁଡ଼ିକ ପକ୍ଷରୁ ବିଭିନ୍ନ ପଡ଼ାର କନ୍ୟା ପିତାମାତାଙ୍କ ନାମ ମଧୢ ଘୋଷଣା କରାଯାଇଛି। ଚଳିତ ବର୍ଷ କର୍ଫ୍ୟୁ ଓ ଅଶାନ୍ତ ପରିବେଶ ସତ୍ତ୍ବେ ଥାଳଉଠା ପର୍ବ ଶାନ୍ତି ଶୃଂଖଳାର ସହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀ ଯାତ୍ରାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ସବୁ ଯାତ୍ରା କମିଟି ସ୍ଥିର କରିଛନ୍ତି। ଅକ୍ଷୟ ତୃତୀୟାରୁ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe