ଓଡ଼ିଶାର ଏହି ୯ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ମୁକାବିଲା କରିବେ ବିଜେଡିର ଏହି ପ୍ରାର୍ଥୀ

ଭୁବନେଶ୍ବରରେ ବିଜେପିରୁ ଅପରାଜିତା ଓ ବିଜେଡିରୁ ମନ୍ମଥଙ୍କୁ ଟିକେଟ୍‌

ଓଡ଼ିଶାର ଏହି ୯ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ମୁକାବିଲା କରିବେ ବିଜେଡିର ଏହି ପ୍ରାର୍ଥୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୮ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିଜୁ ଜନତା ଦଳ ବୁଧବାର ନିଜର ପ୍ରଥମ ପର୍ଯ୍ୟାୟର ତାଲିକାରେ ୯ ଜଣ ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି।

ଭାରତୀୟ ଜନତା ପାର୍ଟି ଭୁବନେଶ୍ବରରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଟିକେଟ୍‌ ଦେଇଥିବା ବେଳେ ତାଙ୍କୁ ବିଜେଡିର ପ୍ରାର୍ଥୀ ମନ୍ମଥ ରାଉତ ମୁକାବିଲା କରିବେ। ସମ୍ବଲପୁରରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। କଳାହାଣ୍ଡିରେ ବିଜେପିରୁ ମାଳବିକା କେଶରୀ ଦେଓଙ୍କୁ ମୁକାବିଲା କରିବେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଳ।

ନବରଂଗପୁରରେ ବିଜେପି ବଳଭଦ୍ର ମାଝୀଙ୍କୁ ଓ ବିଜେଡି ପ୍ରଦୀପ ମାଝୀଙ୍କୁ ଟିକେଟ୍‌ ଦେଇଛି। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କାଳୀରାମ ମାଝୀ ଓ କୌଶଲ୍ୟା ହିକକା ଯଥାକ୍ରମେ ବିଜେପି ଓ ବିଜେଡି ଟିକେଟ୍‌ରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଆସିକାରେ ବିଜେପିର ଅନିତା ଶୁଭଦର୍ଶିନୀଙ୍କ ସହିତ ବିଜେଡିର ପ୍ରାର୍ଥୀ ରଂଜିତା ସାହୁଙ୍କର ମୁକାବିଲା ହୋଇଛି।

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଟିକେଟ୍‌ରେ ପୁଣି ବୈଜୟନ୍ତ ପଣ୍ଡା ଅବତୀର୍ଣ୍ଣ ହୋଇଥିବା ବେଳେ ତାଙ୍କୁ ବିଜେଡିର ପ୍ରାର୍ଥୀ ଅଂଶୁମାନ ମହାନ୍ତି ମୁକାବିଲା କରୁଛନ୍ତି। ସେହିପରି ଆଦିବାସୀ ଅଧ୍ୟୁଷିତ ମୟୂରଭଂଜ ଓ ସୁନ୍ଦରଗଡ଼ ଆସନରୁ ବିଜେପିର ପ୍ରାର୍ଥୀ ଯଥାକ୍ରମେ ବିଜେପି ଟିକେଟ୍‌ରେ ନବଚରଣ ମାଝୀ ଓ ଜୁଏଲ ଓରାମ ଅବତୀର୍ଣ୍ଣ ହୋଇଥିବା ବେଳେ ଏହି ଦୁଇ ଆସନରେ ବିଜେଡି ଟିକେଟ୍‌ରେ ଲଢ଼ୁଛନ୍ତି ସୁଦାମ ମାର୍ଣ୍ଣିଂ ଓ ଦିଲୀପ ତିର୍କୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe