ଟପ୍‌ ମାଓ ନେତା ଅରବନ୍ଦିଙ୍କ ମୃତ୍ୟୁ

Advertisment
ଟପ୍‌ ମାଓ ନେତା ଅରବନ୍ଦିଙ୍କ ମୃତ୍ୟୁ

ମାଲକାନଗିରି : ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ୯ଟି ରାଜ୍ୟରେ ମୋଷ୍ଟ ଓ୍ଵାଣ୍ଟେଡ୍‌ ଥିବା ଅରବିନ୍ଦ ଓରଫ ଦେବ କୁମାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏନେଇ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିବା ବେଳେ ପୁଲିସ ନିକଟରେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅରବିନ୍ଦ ଦୀର୍ଘ ଦିନ ହେଲା ହୃଦ୍‌ରୋଗରେ ପୀଡିତ ଥିଲେ। ଗତକାଲି ହୃଦ୍‌ଘାତ ହୋଇ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଖବର ଶୁଣୁଥିବା ନେଇ ପୁଲିସ କହୁଥିଲେ ହେଁ ସଂପୂର୍ଣ୍ଣ ବିଶ୍ୱାସକୁ ନେଇପାରୁ ନାହିଁ। ଗୋଇନ୍ଦା ତଥ୍ୟ ସହ ପରିବାରକୁ ଶବ ହସ୍ତାନ୍ତର ପ୍ରକ୍ରିୟାକୁ ପୁଲିସ ଅପେକ୍ଷା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe