ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଯାତନା ଘଟଣା: ବଡ଼ନେତାଙ୍କ ହାତ ଥିବା ଅଭିଯୋଗ

Advertisment

ବ୍ୟାସନଗର ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ (ଓଆର୍‌ଏସ୍‌)ଙ୍କୁ ବିଜେଡି ନେତାଙ୍କ ନିର୍ଯାତନା ଘଟଣାକୁ ଇତିମଧ୍ୟରେ ସପ୍ତାହେ ପୂରିଛି। ଘଟଣା ସମ୍ପର୍କରେ ଶ୍ରୀ ପାଢ଼ୀ ଯାଜପୁର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥି‌ଲେ....

ବ୍ୟାସନଗର ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ (ଓଆର୍‌ଏସ୍‌)ଙ୍କୁ ବିଜେଡି ନେତାଙ୍କ ନିର୍ଯାତନା ଘଟଣାକୁ ଇତିମଧ୍ୟରେ ସପ୍ତାହେ ପୂରିଛି। ଘଟଣା ସମ୍ପର୍କରେ ଶ୍ରୀ ପାଢ଼ୀ ଯାଜପୁର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥି‌ଲେ....

sfsfsxxcxc

ଯାଜପୁର: ବ୍ୟାସନଗର ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ (ଓଆର୍‌ଏସ୍‌)ଙ୍କୁ ବିଜେଡି ନେତାଙ୍କ ନିର୍ଯାତନା ଘଟଣାକୁ ଇତିମଧ୍ୟରେ ସପ୍ତାହେ ପୂରିଛି। ଘଟଣା ସମ୍ପର୍କରେ ଶ୍ରୀ ପାଢ଼ୀ ଯାଜପୁର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥି‌ଲେ ମଧ୍ୟ ପ୍ରଶାସନିକସ୍ତରରେ ଏଯାଏଁ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ବିଜେପି ନେତା ମାଡ଼ ମାରିବା ଘଟଣାରେ ରାଜ୍ୟତମାମ ହୁଲ୍‌ସ୍ତୁଲ ହୋଇଥିବାବେଳେ ବ୍ୟାସନଗର ପୌରନିର୍ବାହୀ ଅଧିକାରୀଙ୍କୁ ବିଜେଡି ନେତାଙ୍କ ନିର୍ଯାତନା ଘଟଣାରେ ପ୍ରଶାସନ ତଥା ଓଏଏସ୍‌/ଓଆର୍‌ଏସ୍‌ ସଂଘ ନିରବ ରହିଛି।
ବ୍ୟାସନଗର ପୌରପାଳିକାରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ବହୁଦିନରୁ ଉଦ୍ୟମ କରାଯାଉଛି। ଏଥିରେ ଜିଲ୍ଲାର ଜଣେ ବଡ଼ନେତା ଏବଂ ତାଙ୍କ ଭାଇଙ୍କ ପ୍ରତ୍ୟକ୍ଷ ହାତ ଥିବା କଂଗ୍ରେସ ଓ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। କିଛିମାସ ତଳେ ପୌରାଧ୍ୟକ୍ଷ ସଙ୍ଗୀତା ପିଙ୍ଗୁଆଙ୍କୁ ପଦରୁ ହଟାଇବା ପାଇଁ ଚକ୍ରାନ୍ତ କରାଯାଇଥିଲା। ସେଥିରେ ସେମାନେ ସଫଳ ମଧ୍ୟ ହୋଇଥିଲେ। ତେବେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ପାଢ଼ୀଙ୍କୁ ନିର୍ଯାତନା ଘଟଣାରେ ଜିଲ୍ଲାପାଳଙ୍କୁ ଗତ ୨୭ ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ କାହିଁକି ତଦନ୍ତରେ ବିଳମ୍ବ‌ ହୋଇଛି, ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଯାଇଛି କି, ଜିଲ୍ଲାପାଳଙ୍କ ତରଫରୁ ଅଭିଯୋଗ ହୋଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କାହିଁକି ଥାନାରେ ଏତଲା ଦିଆଯାଇନାହିଁ.. ସେ ସଂପର୍କରେ ଅନେକ ପ୍ରଶ୍ନ ଅସମାହିତ ରହିଛି।

ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ଆଇନମନ୍ତ୍ରୀ
ଜିଲ୍ଲାପାଳ, ଏସ୍‌ପିଙ୍କ ସହ କଥା ହେଲେ ଓଆର୍‌ଏସ୍‌ ସଂଘ ସଭାପତି

ନିର୍ଯାତନାର ଶିକାର ହୋଇଥିବା ପୌର ନିର୍ବାହୀ ଅଧିକାରୀ ଅସୁସ୍ଥ ଥିବାରୁ ଛୁଟିରେ ଯାଇଛନ୍ତି। ଏ ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ରାଜ୍ୟ ସରକାର ହସ୍ତକ୍ଷେପ କରିଛନ୍ତି। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଦୋଷୀ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ଓଆର୍‌ଏସ୍‌ ସଂଘ ସଭାପତି କନିଷ୍କ ବୋଧିସତ୍ତ୍ୱ ଦାସ ଘଟଣା ସଂପର୍କରେ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ କଥା ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟଥା ଓଆର୍‌ଏସ୍‌ ସଂଘ ଏହାର ବିକଳ୍ପ ଚିନ୍ତା କରିବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଜି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଯୋଗାଯୋଗ କରାଯାଇଥିଲା। ତାଙ୍କଠାରୁ ଉତ୍ତର ମିଳିପାରିନଥିବା ‌ବେଳେ ଆସନ୍ତକାଲି ଏହି ଘଟଣାରେ ତଦନ୍ତ କରାଯିବାକୁ ଉପରୁ ନିର୍ଦ୍ଦେଶ ଆସିଥିବା ସୂଚନା ମିଳିଛି। 

ଉଲ୍ଲେଖଥାଉକି, ଯାଜପୁର ବ୍ୟାସନଗର ପୌରପାଳିକା କାର୍ଯ୍ୟାଳୟରେ ଗତ ୨୬ ତାରିଖ ଅପରାହ୍ଣରେ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀଙ୍କୁ ତାଙ୍କ ପ୍ର କୋଷ୍ଠରେ ବନ୍ଦ କରି ୮ ଘଣ୍ଟା ଅଟକ ରଖିଥିଲେ କାର୍ଯ୍ୟକାରୀ ପୌରାଧ୍ୟକ୍ଷ ସୁବାସ ବଳ, ବିଜେଡିର କିଛି କାଉନସିଲର ଓ କିଛି ବାହାର ବ୍ୟକ୍ତି। ପୌରପାଳିକାର କିଛି ଫାଇଲ୍‌ରେ ତାଙ୍କୁ ଜବରଦସ୍ତ ଦସ୍ତଖତ କରିବା ପାଇଁ ବାଧ୍ୟ କରାଯିବା ସହ ଧମକଚମକ ଓ ଦୁର୍ବ୍ୟବହାର କରାଯାଇଥିଲା। କୌଣସି ଫାଇଲକୁ ଠିକ୍‌ ଭାବେ ପଢ଼ିବାକୁ ସୁଯୋଗ ନ ଦେଇ ଜବରଦସ୍ତ ଦସ୍ତଖତ କରାଇ ନିଆଯାଇଥିଲା। ଏମିତିକି ଔଷଧ ଖାଇବାକୁ ମଧ୍ୟ ତାଙ୍କୁ ଛଡ଼ାଯାଇନଥିଲା। ଏ ବାବଦରେ ସେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ସପ୍ତାହେ ହେଲା ଛୁଟିରେ ରହିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe