ଦଳିତ ଦମ୍ପତିଙ୍କୁ ନିର୍ଯାତନା ଘଟଣା: ୧୫ ଜଣଙ୍କ ନାଁରେ ମାମଲା, ୫ ଗିରଫ

Advertisment
ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଖଣ୍ଡା ଜବତ

Image Courtesy of Times of India

କୋରେଇ: ଏକ ଟ୍ରାକ୍ଟର ଚୋରି ମାମଲାରେ କୋରେଇ ଥାନାଧିକାରୀ ଶ୍ରବଣ କୁମାର ମହାରଣା ଏକ ଦଳିତ ଦମ୍ପତିଙ୍କୁ ଦୁର୍ବ୍ୟବହାର କରିବା ଓ କିଛି ଯୁବକ ଏହି ମହିଳାଙ୍କ ସ୍ବାମୀଙ୍କୁ ମାରପିଟ କରି ଘରୁ ଉଠାଇ ଆଣିବା ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏହି ଘଟଣାରେ କୋରେଇ ଥାନାଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଜିଲ୍ଲା ପୁଲିସ୍‌ ତଦନ୍ତ କରୁଛି। ଅନ୍ୟପକ୍ଷରେ ଏହାକୁ ନେଇ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି।

କମିସନ ଅଭିଯୋଗକୁ ଗ୍ରହଣ କରି କେସ ନମ୍ବର ୧୬୪୪୨/ଆଇଏନ୍/୨୦୨୨ରେ ମାମଲା ରୁଜୁ କରିଛନ୍ତି। ପୀଡ଼ିତା ମହିଳାଙ୍କ ପକ୍ଷରୁ ଅନୁଗୁଳ ଜିଲ୍ଲାର ସୁଜିତ ସାହୁ କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ କୋରେଇ ଥାନାଧିକାରୀ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି। ଏଥିସହ ପୀଡ଼ିତାଙ୍କୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି। ଆଜି ଡିଏସ୍‌ପି ପ୍ରମୋଦ କୁମାର ମଲ୍ଲିକ, ଅତିରିକ୍ତ ଏସ୍‌ପି ନାରାୟଣ ବାରିକ ଓ ଏସ୍‌ଡିପିଓ ସଂଜୟ କୁମାର ପଟ୍ଟନାୟକ ଚଞ୍ଚାଣିଆ ଗ୍ରାମକୁ ଯାଇ ପୀଡ଼ିତ ଦମ୍ପତିଙ୍କୁ ପଚରାଉଚରା କରିଥିଲେ। କୋରେଇ ଥାନାରେ ମଧ୍ୟ ତଦନ୍ତ କରାଯାଇଥିଲା। ଥାନା କେସ୍‌ ନମ୍ବର ୩୧୯/୨୨ ଦଫା ୩୨୩, ୨୯୪, ୩୭୭, ୩୭୬(ଡି), ୩୫୪, ୩୫୪(ଡି), ୩୭୯, ୫୦୫, ୪୪୮, ୪୪, ୩୭୬, ୨୫ ଏସସିଏସ୍‌ଟି ଆକ୍ଟ-୩ (ଆର୍) ରେ ମୋଟ ୧୫ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଆଜି ଅଭିଯୁକ୍ତମାନଙ୍କ ମଧ୍ୟରୁ ପବିତ୍ର ମୋହନ ପ୍ରତିହାରୀ, ବିକାଶ ପ୍ରତିହାରୀ, ବିଶ୍ବରଞ୍ଜନ ରାଉତ, ରଘୁନାଥ ଜେନା, ରାହୁଲ ମଲିକ ପ୍ରମୁଖ ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe