ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ପ୍ରତାରଣା, ପ୍ରେମିକ ଦୁଆରେ ପ୍ରେମିକାର ଧାରଣା

Advertisment

ଲଗ୍ନଧରା ଦିନ ପ୍ରେମିକ ଫେରାର

ଲଗ୍ନଧରା ଦିନ ପ୍ରେମିକ ଫେରାର

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ପ୍ରତାରଣା, ପ୍ରେମିକ ଦୁଆରେ ପ୍ରେମିକାର ଧାରଣା

Odisha News In English

ତିହିଡ଼ି: ତିହିଡ଼ି ଥାନା ଭାଟପଡ଼ା ପଞ୍ଚାୟତର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେହି ଗ୍ରାମର ଜଣେ ଯୁବକ ପ୍ରତାରଣା କରିଥିବା ଥାନାରେ ଅଭିଯୋଗ ହୋଇଛି। ଲଗ୍ନଧରା ଦିନ ପ୍ରେମିକ ଫେରାର ହୋଇ ଯାଇଥିବା ବେଳେ ନ୍ୟାୟ ପାଇଁ ପ୍ରେମିକ ଦୁଅାରେ ଗ୍ରାମବାସୀଙ୍କ ସହ ପ୍ରେମିକା ଧାରଣାରେ ବସିଛି। ପ୍ରକାଶ ଯେ, ଯୁବତୀଙ୍କୁ ସେହି ଗ୍ରାମର ଯୁବକ ଦୀର୍ଘଦିନ ଧରି ଭଲପାଇ ଅାସୁଥିଲେ। ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ଏକ ମନ୍ଦିରରେ ଯୁବତୀଙ୍କୁ ଶଙ୍ଖା, ସିନ୍ଦୂର ପିନ୍ଧାଇ ବିବାହ କରି ଅଧିକ ସଂପର୍କ ରଖିଥିଲେ।

ପରେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବେ ନାହିଁ ବୋଲି କହିଥିଲେ। ଯୁବଙ୍କ ଭିଣୋଇ ଯୁବତୀଙ୍କ ପରିବାର ସହିତ କଥା ହୋଇ ଜୁନ୍ ୧୦ ତାରିଖରେ ଲଗ୍ନଧରା ଯିବ ଓ ୧୬ ତାରିଖରେ ବିବାହ ହେବ ବୋଲି କହିଥିଲେ। ମାତ୍ର ୧୦ ତାରିଖ ଦିନ ଯୁବତୀଙ୍କ ପରିବାର ପକ୍ଷରୁ ଲଗ୍ନଧରା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଯୁବକ ଜଣ ଫେରାର ହୋଇ ଯାଇଥିଲେ। ଏହା ଜାଣିବା ପରେ ଯୁବତୀଙ୍କ ପରିବାର ବିଚଳିତ ହୋଇ ପଡ଼ିଥିଲେ। ଗ୍ରାମବାସୀମାନେ ଏହା ଜାଣିବା ପରେ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରେମିକା ଜଣକ ନ୍ୟାୟ ପାଇଁ ଗ୍ରାମବାସୀଙ୍କ ସମର୍ଥନରେ ପ୍ରେମିକଙ୍କ ଘର ଅାଗରେ ଧାରଣାରେ ବସିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe