ମହିଳାଙ୍କୁ ​ଯୌତୁକ ନିର୍ଯାତନା ଅଭିଯୋଗ

ମହିଳାଙ୍କୁ ​ଯୌତୁକ ନିର୍ଯାତନା ଅଭିଯୋଗ

Scroll.in

ବ୍ରଜରାଜନଗର: ବ୍ରଜରାଜନଗର ଥାନା ବୁନ୍ଦିଆ କଲୋନିର ହୁତାସିନୀ ମହାନନ୍ଦିଆଙ୍କୁ ତାଙ୍କ ସ୍ବାମୀ ପୌଲସ୍ତି ମହାନନ୍ଦିଆ ଓ ଶାଶୂ ଘର ଲୋକ ‌ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମଙ୍ଗଳବାର ଅଭିଯୋଗ କରିଛନ୍ତି।

୨୦୧୭ ମସିହାରେ ପୌଲସ୍ତି ଲଇକେରା ଥାନା ଧୁତୁରାର ହୁତାସିନୀଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୪ ବର୍ଷର ଝିଅ ଅଛି। ବିବାହର ୨ ବର୍ଷ ପରେ ସ୍ବାମୀ ପୌଲସ୍ତି ଓ ଶାଶୂଘର ଲୋକ ଏକ ବାଇକ ଓ ନଗଦ ୩ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ କହିଥିଲେ। ଏଥିପାଇଁ ବିଭିନ୍ନ ସମୟରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗତ ୯ ତାରିଖରେ ସ୍ବାମୀ ଓ ତାଙ୍କର ପରିବାର ଲୋକ ଗାଳିଗୁଲଜ କରିବା ସହ ଜୀବ‌ନରେ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ହୁତାସିନୀ ତାଙ୍କ ଭାଇ ବଳରାମଙ୍କୁ ଫୋନ୍‌ କରି ଡକାଇ ଥିଲେ। ବ୍ରଜରାଜନଗର ଆସି ଯୌତୁକ ସଂକ୍ରାନ୍ତରେ ଆଲୋଚନା କରିବାରୁ ବଳରାମଙ୍କୁ ତାଙ୍କ ଶାଶୂଘର ଲୋକ ଆକ୍ରମଣ କରିଥିଲେ। ଯୌତୁକ ନ ଆଣିଲେ ସ୍ବାମୀ ପୌଲସ୍ତିଙ୍କ ଦ୍ବିତୀୟ ବିବାହ ପାଇଁ ସେମାନେ ଧମକ ଦେଇଥିବା ହୁତାସିନୀ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe