ନୂଆପଡ଼ା: ମଙ୍ଗଳବାର ରାତିରେ ପ୍ଲଗ୍ରୁ ଓହଳିଥିବା ଖଣ୍ଡେ ବିଜୁଳି ତାର ପାଟିରେ ପୂରାଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଜଣେ ଶିଶୁର ମୃତ୍ୟୁ ଘଟିଛି।
ଘଟଣାଟି ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କାଣ୍ଡେତରା ଗ୍ରାମରେ। ମୃତ ଶିଶୁଟି ହେଉଛି ପ୍ରଶାନ୍ତ ସତନାମୀଙ୍କ ୮ ମାସିଆ ସନ୍ତାନ କୁନାଳ।
ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ କୌଣସି କାମ ଲାଗି ପ୍ରଶାନ୍ତଙ୍କ ଘରଲୋକେ ଖଣ୍ଡେ ବିଜୁଳି ତାର ପ୍ଲଗ୍ରେ ଗୁଞ୍ଜି ସୁଇଚ୍ ମାରି ଛାଡ଼ି ଦେଇଥିଲେ। ବିଜୁଳି ପ୍ରବାହ ହେଉଥିବା ତାରଟି ପ୍ଲଗ୍ରୁ ସେମିତି ଘରର ଚଟାଣକୁ ଓହଳି ରହିଥିଲା। ରାତି ପ୍ରାୟ ୯ଟା ବେଳେ ଶିଶୁ କୁନାଳ ଗୁରୁଣ୍ଡି ଗୁରୁଣ୍ଡି ଆସି ଉକ୍ତ ତାରକୁ ପାଟିରେ ପୂରାଇ ଦେଇଥିଲା। ଫଳରେ ତା’କୁ ବିଜୁଳି ଆଘାତ ଲାଗିଥିଲା। ଏ କଥା ଦେଖି ପରିବାରର ଲୋକେ ତୁରନ୍ତ ତାରରୁ ବିଜୁଳି ପ୍ରବାହ ବନ୍ଦ କରି କୁନାଳକୁ ନେଇ ନୂଅପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
Image Source: The Spruceସେଠାରେ କିଛି ସମୟ ଚିକିତ୍ସିତ ହେବା ପରେ କୁନାଳର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ଆଜି ମୃତ ଶୁଶୁର ଶବ ବ୍ୟବଚ୍ଛେଦ କରାଯିବ ବୋଲି ନୂଆପଡ଼ା ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ କହିଛନ୍ତି।
Follow Us