ମୁଖ୍ୟ ଶାସନ ସଚିବଙ୍କ ମୋଟୁ ଗସ୍ତ: ସ୍ବାଭିମାନ ଅଞ୍ଚଳରେ ଅଧିବାସୀଙ୍କ ଅଭିଯୋଗ ଶୁଣିଲେ

Advertisment
ମୁଖ୍ୟ ଶାସନ ସଚିବଙ୍କ ମୋଟୁ ଗସ୍ତ: ସ୍ବାଭିମାନ ଅଞ୍ଚଳରେ ଅଧିବାସୀଙ୍କ ଅଭିଯୋଗ ଶୁଣିଲେ

ମାଲକାନଗିରି: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ୪ ଦିନିଆ ଅବିଭକ୍ତ କୋରାପୁଟ ଗସ୍ତ ଅବସରରେ ଗତକାଲି ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ । ମାଲକାନଗିରି ଜିଲ୍ଲାରେ ସମିକ୍ଷା ବୈଠକରେ ଯୋଗଦେବା ପରେ ଅପରାହ୍ନରେ ଶ୍ରୀ ମହାପାତ୍ର ମାଲକାନଗିରିର ମାଓ ପ୍ରବଣ ତଥା ଉପାନ୍ତ କାଲିମେଳା ବ୍ଲକର ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ମୋଟୁ ଗସ୍ତ କରିଥିଲେ। ଜଣେ ମୁଖ୍ୟଶାସନ ସଚିବ ଭାବରେ ଓଡ଼ିଶାର ଶେଷ ସୀମାନ୍ତ ମୋଟୁ ଗସ୍ତ କରିବା ହେଉଛି ପ୍ରଥମ ଘଟଣା।

ମୋଟୁର ସାବେରୀ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ନିର୍ମାଣ କରଯାଉଥିବା ସେତୁ କାମ କିପରି ଶୀଘ୍ର ସଂପୂର୍ଣ୍ଣ ହେବ ସେ ସଂପର୍କରେ ଠିକାଦାର ଓ ଛତିଶଗଡ଼ ସରକାରଙ୍କ ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସିଲେରୁ ଓ ସାବେରୀ ନଦୀର ସଂଗମ ସ୍ଥଳ ମୁଗି ପଏଂଟ ଗସ୍ତ କରିଥିଲେ। ସେଠାରେ ଥିବା ମଧୁସୁଦନ ପାର୍କ ବୁଲି ଦେଖିଥିଲେ। ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୋଲାଭରମ ପ୍ରକଳ୍ପ ଯୋଗୁଁ ଏହି ସଂଗମ ସ୍ଥଳଟି ବୁଡ଼ି ଯାଉଥିବାର ସ୍ଥାନୀୟ ଲୋକମାନେ ଅବଗତ କରିଥିଲେ। ମୋଟୁରେ ନିର୍ମାଣ ଚାଲିଥିବା ନୂଆ ବସଷ୍ଟାଣ୍ଡ ଓ ୫ଟି ହାଇସ୍କୁଲକୁ ବୁଲି ଦେଖିବାପରେ ଏହାପରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିବା କାଲେରୁ ସେତୁ ପରିଦର୍ଶନ କରି ରାତିରେ ମାଲକାନଗିରି ଫେରିଯାଇଥିଲେ।

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାଭିମାନ ଅଞ୍ଚଳରେ ପହଞ୍ଚି  ସେଠାକାର ଅଧିବାସୀଙ୍କ ଅଭିଯୋଗ ଶୁଣିଥିଲେ। ଏହାଛଡ଼ା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ହନ୍ତାଳଗୁଡା ବିଏସଏଫ ଶିବିରରେ ଯବାନମାନଙ୍କ ସହ ଆଲୋଚନା କଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe