ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ: ଭୁବନେଶ୍ବର, ସମ୍ବଲପୁର ଏବଂ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ: ଭୁବନେଶ୍ବର, ସମ୍ବଲପୁର ଏବଂ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ଭୁବନେଶ୍ବର, ସମ୍ବଲପୁର ଏବଂ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ଆଜି ପ୍ରଥମେ ଭୁବନେଶ୍ବର ସ୍ଥିତ ନାଲକୋ କର୍ପୋରେଟ ଅଫିସରେ ସମୀକ୍ଷା ବୈଠକରେ ଯୋଗ ଦେବେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ।
ନାଲକେରେ ସମୀକ୍ଷା ବୈଠକ ପରେ ସେ ଅନୁଗୁଳ ଗସ୍ତରେ ଯିବେ। ସତିଶ ଚନ୍ଦ୍ର ଦୁବେ ଅନୁଗୁଳ ଠାରେ ସ୍ମେଲ୍ଟର ପ୍ଲାଣ୍ଟ ପରିଦର୍ଶନ କରିବେ। ସେଠାରୁ ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ମହାନଦୀ କୋଲଫିଲ୍ଡ ମୁଖ୍ୟ କାର୍ଯ୍ୟାଳୟକୁ ଯିବେ କେନ୍ଦ୍ର ମନ୍ତ୍ରୀ। ସେହିପରି ୨୮ ତାରିଖ ଦିନ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ସମ୍ବଲପୁରରେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ।

କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ କହିଛନ୍ତି, ପୂର୍ବ ସରକାର ଏବେ ସରକାର ମଧ୍ୟରେ ବହୁତ ତଫାତ ଅଛି। କୌଣସି ରାଜ୍ୟକୁ ଅବହେଳା କରାଯିବନି। ହକ୍‌ ଅନୁସାରେ ସବୁ ମିଳିବ। କୋଇଲା ଖଣି ରୟାଲିଟି ଉପରେ ନୀତି ଆୟୋଗ ବୈଠକରେ ନିଷ୍ପତ୍ତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe