ରାଜ୍ୟ ପର୍ଯ୍ୟଟନ ଦିବସ: ‘ସଡ଼କ ପଥରେ ଓଡ଼ିଶା’ ନୂଆ ଅଧ୍ୟାୟ ଯୋଡ଼ିବ, ସୁପର ବାଇକ୍‌ ଶୋଭାଯାତ୍ରାରେ ଦେଶୀୟ ପର୍ଯ୍ୟଟନର ପ୍ରଚାର

Advertisment

ଅକ୍ଟୋବରରେ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ଅକ୍ଟୋବରରେ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ରାଜ୍ୟ ପର୍ଯ୍ୟଟନ ଦିବସ: ‘ସଡ଼କ ପଥରେ ଓଡ଼ିଶା’ ନୂଆ ଅଧ୍ୟାୟ ଯୋଡ଼ିବ, ସୁପର ବାଇକ୍‌ ଶୋଭାଯାତ୍ରାରେ ଦେଶୀୟ ପର୍ଯ୍ୟଟନର ପ୍ରଚାର

ଭୁବନେଶ୍ୱର : ସଡ଼କ ପଥରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଚାର ଉଦ୍ଦେଶ୍ୟ ନେଇ ବିଶ୍ବ ପର୍ଯ୍ୟଟନ ଦିବସରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି 'ସୁପର ବାଇକ୍‌ ଶୋଭାଯାତ୍ରା'। ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ୯ଟି ସୁପର ବାଇକ୍‌ ଗ୍ରୁପ୍‌ର ୮୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଇନଫୋସିଟିରୁ ଧଉଳି ପର୍ଯ୍ୟନ୍ତ ୨୫ କିଲୋମିଟର ଶୋଭାଯାତ୍ରା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ବାର୍ତା ଦିଆଯାଇଥିଲା। ଓଡ଼ିଶାରେ ପର୍ଯ୍ୟଟନର ଦ୍ବାର ଉନ୍ମୁକ୍ତ ହେବା ନେଇ ଘୋଷଣା ସହ ସମସ୍ତଙ୍କୁ ଓଡ଼ିଶା ଭ୍ରମଣ କରିବା ପାଇଁ ସ୍ବାଗତ କରିଥିବା ମୁଖ୍ୟମନ୍ତ୍ରୀ ବାର୍ତାରେ କହିଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ପରିବେଶ ଭିତ୍ତିକ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କୁ ବହୁଳ ଭାବେ ଆକୃଷ୍ଟ କରିପାରିଛି। ଏହା ବିଶ୍ବ ପର୍ଯ୍ୟଟନ ଦିବସର ବାର୍ତା 'ଗ୍ରାମ୍ୟ ପର୍ଯ୍ୟଟନ ପୁନଃଜାଗରଣ'କୁ ସୂଚାଉଛି।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ପର୍ଯ୍ୟଟନ ବିଭାଗ ଆପଣାଇଥିବା ନୂଆ ପଦକ୍ଷେପ, ଯୋଜନା ରାଜ୍ୟର ପର୍ଯ୍ୟଟନସ୍ଥଳୀ ବିକାଶର ପ୍ରଚାର ପ୍ରସାରରେ ସହାୟକ ହେବ। ବିଶେଷକରି 'ଓଡ଼ିଶା ସଡ଼କ ପଥରେ' ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଏହି ସୁପର ବାଇକରମାନେ ପରବର୍ତୀ ସମୟରେ ଦାରିଙ୍ଗବାଡ଼ି, ମଙ୍ଗଳାଯୋଡ଼ି, କୋରାପୁଟ ଓ ତଳସରି ଭଳି ପରିବେଶ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ କରିବେ। ସେଠାରେ ସେମାନେ ରହଣୀ ସହ ସେଠାକାର ଅଭିଜ୍ଞତାକୁ ନିଜ ବ୍ଲଗ୍‌ସ ଓ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଚାର କରିବେ। ଏଥିସହ କାର୍‌ ଓ ବାଇକର୍ସ ଗ୍ରୁପ୍‌ ଜରିଆରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରିବେ। ଭାଇଜାଗରୁ ଏକ ୬ ଜଣିଆ ବାଇକର୍ସ ଗ୍ରୁପ୍‌ ଭ୍ରମଣ ଆରମ୍ଭ କରିଥିବା ବେଳେ ସେମାନେ ପର୍ଯ୍ୟଟନ ବିଭାଗ ସହାୟତାରେ କୋରାପୁଟ, ଦାରିଙ୍ଗବାଡ଼ି, ହୀରାକୁଦ ଭ୍ରମଣ କରି ଶନିବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ସଡ଼କପଥ ଅଭିଯାନ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନ ନିଗମ 'ବଣଭୋଜି' ପ୍ୟାକେଜ୍‌ର ମଜା ଭେଟିଦେବ। ଏହା ମାଧ୍ୟମରେ ଓଡ଼ିଶା ମଧ୍ୟରେ ଅନେକଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଥିବା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ବିଭୋର କରିବା ସହ ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିବ।

ଏହି ଅବସରରେ 'ଓଡ଼ିଶା ଥ୍ରୁ ଲେନ୍‌ସ' ଶୀର୍ଷକ ଫଟୋଗ୍ରାଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଥିଲା। ଉତ୍ସବରେ ବିଭାଗୀୟ ଶାସନ ସଚିବ ବିଶାଲ କୁମାର ଦେବ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚ୍ଚିନ ଆର୍‌ ଯାଦବ, ପିସିସିଏଫ୍‌ (ବନ୍ୟଜନ୍ତୁ)ଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅକ୍ଟୋବରରେ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା
ଅକ୍ଟୋବର ମାସରୁ ପର୍ଯ୍ୟଟନସ୍ଥଳୀ ଖୋଲିବାର ଯୋଜନା ରହିଛି। ଅକ୍ଟୋବର ୧ରୁ ୧୦ଟି ନେଚର କ୍ୟାମ୍ପ୍‌ ଖୋଲୁଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ପର୍ଯ୍ୟଟନସ୍ଥଳୀ ଖୋଲିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ସେ ସୂଚନା ଦେଇ କହିଛନ୍ତି, ଚଳିତ ବର୍ଷ ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ କରାଯିବ। ତେବେ ମନ୍ଦିର ଖୋଲିବା ନେଇ ବର୍ତମାନ ସ୍ଥିତିରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଭାରତ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ ମନ୍ଦିର ଖୋଲାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe