ଭିତରକନିକାରେ ପର୍ଯ୍ୟଟନ ଜେଟ୍ଟି ଭୁଶୁଡ଼ିଲା

Advertisment
ଭିତରକନିକାରେ ପର୍ଯ୍ୟଟନ ଜେଟ୍ଟି  ଭୁଶୁଡ଼ିଲା

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ଖୋଳା ଏଣ୍ଟ୍ରି ପଏଣ୍ଟ୍‌ ନିକଟରେ ଥିବା ଜେଟ୍ଟି ଶୁକ୍ରବାର ସଂଧ୍ୟାରେ ଭୁଶୁଡ଼ି ପଡିଛି। ସଂଧ୍ୟାରେ ପ୍ରାୟ ୨୦ଫୁଟ ଚଉଡ଼ାର ମାଟି ଅତଡ଼ା ଧସିବା ସହିତ ଜେଟ୍ଟିର ନଦୀପଟରେ ଥିବା ଖମ୍ବ ଦବିଯାଇ ଧସେଇ ପଡିଛି। ଜେଟ୍ଟି ଧସେଇ ପଡ଼ିବା ପରେ ଆସନ୍ତାକାଲି ଭିତରକନିକା ଜାତୀୟ ଉଦ୍ୟାନକୁ ପରିଭ୍ରମଣରେ ଆସିବାକୁ ଥିବା ପର୍ଯ୍ୟଟକମାନେ କିପରି ଜଳପଥରେ ଯାତ୍ରା କରିବେ, ସେ ନେଇ ଚିନ୍ତା ବଢିଛି। ଜେଟ୍ଟିଟି ଏପରି ଭାବେ ଧସିଛି, ବୋଟ୍‌ରେ ଯିବା ଆଉ ସମ୍ଭବ ନୁହେଁ। ବହ୍ଲା ମାଧ୍ୟମରେ ଆସନ୍ତାକାଲି ସୁଦ୍ଧା ଅସ୍ଥାୟୀ ଜେଟ୍ଟି ନିର୍ମାଣ କରାଯିବ ବୋଲି କନିକା ରେଂଜ ଅଫିସର ମାନସ କୁମାର ଦାସ କହିଛନ୍ତି।

ସୂଚନା ଥାଉ କି, ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ଜଳପଥରେ ପ୍ରାକୃତିକ ଶୋଭା ଉପଭୋଗ କରିବାକୁ ପସନ୍ଦ କରିଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe