ମଝି ଚିଲିକାରେ ବୁଡ଼ିଗଲା ପର୍ଯ୍ୟଟକ ଡଙ୍ଗା, ୭ ଉଦ୍ଧାର

Advertisment
ବାଜିଲା କ୍ୟାବିନେଟ୍ ମୋହର: ଆସିବ ନୂଆ ଶିଳ୍ପ ଓ ପର୍ଯ୍ୟଟନ ନୀତି

symbolic image by holidaying.co.in

ବ୍ରହ୍ମଗିରି : ଶୁକ୍ରବାର ସନ୍ଧ୍ୟାରେ ଚିଲିକା ମଝିରେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ଫଳରେ ଗୋଟିଏ ଡଙ୍ଗା ବୁଡ଼ିଯାଇଛି। ଡଙ୍ଗାରେ ଥିବା ୭ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ କୂଳକୁ ଅଣାଯାଇଛି।

ଶୁକ୍ରବାର ସନ୍ଧ୍ୟାରେ କୃଷ୍ଣପ୍ରସାଦ ବ୍ଲକ୍ ପକ୍ଷରୁ ଚାଲୁଥିବା ଯାତ୍ରୀବାହୀ ଡଙ୍ଗା ଜହ୍ନିକୁଦା ଘାଟରୁ ସାତପଡ଼ା ଘାଟକୁ ଆସୁଥିଲା। ଏହି ସମୟରେ ଚିଲିକା ବୁଲି ଫେରୁଥିବା ଏକ ୭ ଜଣିଆ ପର୍ଯ୍ୟଟକ ଦଳ ଡଙ୍ଗା ସହିତ ମହିଷା ଗାଁ ତଳି ମଝି ଚିଲିକାରେ ଏହି ଡଙ୍ଗାର ଧକ୍କା ହୋଇଥିଲା। ଫଳରେ ପର୍ଯ୍ୟଟକ ବସିଥିବା ଡଙ୍ଗାଟି ଭାରସାମ୍ୟ ହରାଇ ମଝି ଚିଲିକାରେ ବୁଡ଼ିଯାଇଛି। ଡଙ୍ଗାରେ ଥିବା ପର୍ଯ୍ୟଟକଙ୍କ ସହିତ ନାଉରିଆ ମଧ୍ୟ ବୁଡ଼ି ଯାଇଥିଲେ। ସେହି ସମୟରେ ଜହ୍ନିକୁଦାରୁ ଆସୁଥିବା ସିଡିଏ ଡଙ୍ଗା ତୁରନ୍ତ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସହିତ ଧକ୍କା ଦେଇଥିବା ବ୍ଲକ୍ ଡଙ୍ଗାକୁ ମଧ୍ୟ ଉଦ୍ଧାର କରିଛି। ସମସ୍ତ ୭ ଜଣ ପୁରୁଷ ପର୍ଯ୍ୟଟକ ଓଡ଼ିଶାରବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe