କୋଣାର୍କ : କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିବା ଜଣେ ବଙ୍ଗୀୟ ମହିଳା ନାଟ୍ୟମଣ୍ଡପରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ରବିବାର ପୂର୍ବାହ୍ନରେ କୋଲକତା ନିଅନିପୁର ଅଞ୍ଚଳର ରୁମ୍ପା ଦାଶ (୨୨) ପରିବାର ସହିତ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ। ମନ୍ଦିରର ମୁଖ୍ୟ ପ୍ରବେଶ ପଥରୁ ସେ ନାଟ୍ୟମଣ୍ଡପ ଉପରକୁ ଆସି ପରିଦର୍ଶନ କରି ସାରିବା ପରେ ମୁଖଶାଳା ପରିଦର୍ଶନ ପାଇଁ ପାହାଚ ଦେଇ ତଳକୁ ଓହ୍ଲାଉଥିଲେ। ପାହାଚରେ ତାଙ୍କ ଗୋଡ଼ ଖସିଯିବାରୁ ସେ ପଡ଼ି ଯାଇଥିଲେ। ଏମିତିକି ସେ ଛିଡ଼ା ବି ହୋଇ ପାରିନଥିଲେ। ପରେ ତାଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us