ଖିଚିଂ ପାନ୍ଥନିବାସରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଖିଚିଂ ପାନ୍ଥନିବାସରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଖିଚିଂ/ଶୁକୃଳି: ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀ। ଖିଚିଂର ଏକ ମାତ୍ର ମନ୍ଦିର ଯାହା କଳା ମୁଗୁନି ପଥରରେ ନିର୍ମିତ। ଏଠାରେ ମା’ଙ୍କୁ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଆସିଥାନ୍ତି। ବର୍ହିରାଗତ ଶ୍ରଦ୍ଧାଳୁଙ୍କ ରହଣି ପାଇଁ ଏଠାରେ ପାନ୍ଥନିବାସ ନିର୍ମିତ ହୋଇଛି। କିଚକେଶ୍ବରୀ ମନ୍ଦିରର କଳାଭାସ୍କର୍ଯ୍ୟ ଓ ଖିଚିଂର ଦର୍ଶନୀୟ ସ୍ଥାନ ପରିଦର୍ଶନ ନିମ‌େନ୍ତ ପର୍ଯ୍ୟଟକମାନେ ଖିଚିଂ ପାନ୍ଥନିବାସରେ ରହିବାକୁ ପସନ୍ଦ କରନ୍ତି। ମାତ୍ର ପର୍ଯ୍ୟଟକମାନେ ଏଠାରେ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେଉଥିବା ଅଭିଯୋଗ ହୋଇଛି।

ଯଦି କେହି ପର୍ଯ୍ୟଟକ ପାନ୍ଥନିବାସରେ ରହିବା ଲାଗି ଅଗ୍ରୀମ ଟଙ୍କା ଦେଇଥାଏ ଓ କୌଣସି କାରଣବଶତଃ ରହିବା ସମ୍ଭବ ହୋଇନଥାଏ, ସେ କ୍ଷେତ୍ରରେ ଟଙ୍କା ଫେରସ୍ତ କରାଯାଉନାହିଁ। ୧୫ ଶହଠାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରୁମ୍‌ ଭଡ଼ା ନିଆଯାଉଥିବା ବେଳେ ପାନ୍ଥନିବାସ କର୍ତ୍ତୃପକ୍ଷଙ୍କ ଏପ୍ରକାର ହରକତ ପର୍ଯ୍ୟଟକଙ୍କୁ ବାଧୁଛି। ସୁଲଭ ମୂଲ୍ୟରେ ରହଣି ଲାଗି ଏଠାରେ ପାନ୍ଥନିବାସ ନିର୍ମାଣ କରାଯାଇଥିଲା। ମାତ୍ର ଗତ ୫ ବର୍ଷ ହେଲା ଏହି ପାନ୍ଥନିବାସକୁ ୩୦ ବର୍ଷ ଯାଏ ଲିଜ୍ ସୂତ୍ରରେ ନେଇଛି ଏକ ସଂସ୍ଥା। ପାନ୍ଥନିବାସକୁ ଭାଙ୍ଗି ନିଜସ୍ୱ ଶୈଳୀରେ ନିର୍ମାଣ କରିଛି। ତେବେ ପାନ୍ଥନିବାସର ପରିଚାଳନା ଭାର ଘରୋଇ ସଂସ୍ଥାକୁ ଯିବା ପରେ ପର୍ଯ୍ୟଟକମାନେ ହଇରାଣ ହେବା ସହ ଏଠାରେ ରହିିବାକୁ ଇଛାପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ ପାନ୍ଥନିବାସକୁ ଲିଜ୍ ସୂତ୍ରରେ ନେଇଥିବା ଅନୁପ ବେହେରାଙ୍କ କହିବା ମୁତାବକ, ବିଦ୍ୟୁତ ଦରବୃଦ୍ଧି ସହିତ ପର୍ଯ୍ୟଟନ ବିଭାଗକୁ ଆଗୁଆ ମାସିକ ଦେୟ ଦେବା ପାଇଁ ପଡ଼ୁଛି। ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ହେଉନଥିବାରୁ ପାନ୍ଥନିବାସର କ୍ଷତିଭରଣା କରିବା ସମ୍ଭବ ହେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe