ବେଳାଭୂମିରେ ଟଳିପଡ଼ିଲେ ପର୍ଯ୍ୟଟକ

କରୋନା ପାଇଁ ପର୍ଯ୍ୟଟକ କମିଛନ୍ତି, ଅର୍ଥନୀତି ପ୍ରଭାବିତ ହେବା ନେଇ ତଥ୍ୟ ନାହିଁ

ପୁରୀ : ସମୁଦ୍ରରେ ଗାଧୋଇ ଆସି ବେଳାଭୂମିରେ ବସିଥିବା ବେଳେ ଜଣେ ପର୍ଯ୍ୟଟକ ହଠାତ ଟଳିପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସଦର ଥାନା ପୁଲିସ ଏହି ମୃତଦେହ ଜବତ କରି ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶନିବାର ଦିନ ମୃତଦେହ ବ୍ୟବଚ୍ଛେଦ କରାଯିବ।

ବର୍ଦ୍ଧମାନ ଜିଲ୍ଲା କାଠୁଆ ଥାନା ଅନ୍ତର୍ଗତ ମାଞ୍ଜାହାରୀ ଅଞ୍ଚଳର ଅଭିଜିତ‌ ଚୌଧୁରୀ(୫୪), ତାଙ୍କ ପତ୍ନୀ ଓ ପୁଅକୁ ନେଇ ପୁରୀକୁ ବୁଲିବାକୁ ଆସିଥିଲେ। ଶୁକ୍ରବାର ଅପରାହ୍ନରେ ସେ ସାତଲହଡ଼ି ମଠ ସମ୍ମୁଖ ସମୁଦ୍ରରେ ଗାଧୋଇବା ପରେ ଆସି ବେଳାଭୂମିରେ ବସିଥିଲେ। ଏହି ସମୟରେ ସେ ହଠାତ ଟଳିପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ଡାକ୍ତରଖାନାକୁ ନେବାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe