ନକ୍ସଲ ନାଁରେ ପର୍ଯ୍ୟଟକଙ୍କୁ ବାନ୍ଧିଲେ: ନିସ୍ତୁକ ମାଡ଼ ଖାଇ ଦୁଇ ଦୁର୍ବୃତ୍ତ ଗିରଫ

Advertisment

ଗ୍ରାମବାସୀ କାବୁ କରି ଛେଚିବା ପରେ ଦୁଇ ଦୁର୍ବୃତ୍ତଙ୍କୁ ନାରାୟଣପାଟଣା ପୁଲିସ ଜିମାରେ ଦେଇଛନ୍ତି। ଦୁଇ ଦୁର୍ବୃତ୍ତ ହେଲେ ନାରାୟଣପାଟଣା ବ୍ଲକ୍‌ ବିଜାଘାଟି ପଞ୍ଚାୟତ ଅନ୍ତର୍ଗତ ତଳଗୁମାଣ୍ଡି ଗାଁର ସାହେବ ତାଡ଼ିଙ୍ଗି ଏବଂ ଝଡ଼ିପଦର ଗାଁର ସଲପୁ ଶିରିକା।

ଗ୍ରାମବାସୀ କାବୁ କରି ଛେଚିବା ପରେ ଦୁଇ ଦୁର୍ବୃତ୍ତଙ୍କୁ ନାରାୟଣପାଟଣା ପୁଲିସ ଜିମାରେ ଦେଇଛନ୍ତି। ଦୁଇ ଦୁର୍ବୃତ୍ତ ହେଲେ ନାରାୟଣପାଟଣା ବ୍ଲକ୍‌ ବିଜାଘାଟି ପଞ୍ଚାୟତ ଅନ୍ତର୍ଗତ ତଳଗୁମାଣ୍ଡି ଗାଁର ସାହେବ ତାଡ଼ିଙ୍ଗି ଏବଂ ଝଡ଼ିପଦର ଗାଁର ସଲପୁ ଶିରିକା।

dgjdgjgdjy

ନାରାୟଣପାଟଣା: ନକ୍ସଲ ନାଁରେ ପର୍ଯ୍ୟଟକଙ୍କୁ ବନ୍ଧକ ରଖିବା ମହଙ୍ଗା ପଡ଼ିଲା। ଗ୍ରାମବାସୀ କାବୁ କରି ଛେଚିବା ପରେ ଦୁଇ ଦୁର୍ବୃତ୍ତଙ୍କୁ ନାରାୟଣପାଟଣା ପୁଲିସ ଜିମାରେ ଦେଇଛନ୍ତି। ଦୁଇ ଦୁର୍ବୃତ୍ତ ହେଲେ ନାରାୟଣପାଟଣା ବ୍ଲକ୍‌ ବିଜାଘାଟି ପଞ୍ଚାୟତ ଅନ୍ତର୍ଗତ ତଳଗୁମାଣ୍ଡି ଗାଁର ସାହେବ ତାଡ଼ିଙ୍ଗି ଏବଂ ଝଡ଼ିପଦର ଗାଁର ସଲପୁ ଶିରିକା। ଏହି ଘଟଣାର ମାଷ୍ଟର ମାଇଣ୍ଡ ଓ ଅନ୍ୟ ସହଯୋଗୀ ଫେରାର ହୋଇଯାଇଛନ୍ତି। 

ପଟାଙ୍ଗି ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କର୍ତ୍ତାଲମାଡ଼ି ଗାଁର ସିରେମ ଖରା ଏବଂ ତାଙ୍କ ସଂପର୍କୀୟ ଗେମ୍ବେଲି ନାଗରାଜୁ ଆଜି ସକାଳେ ବିଜାଘାଟି ପଞ୍ଚାୟତର ହିଟମାରି ପାହାଡ଼କୁ ବୁଲିବାକୁ ଆସିଥିଲେ। ପାହାଡ଼ ନିକଟରେ ଏମାନେ ଅଜଣା ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ। ନକ୍ସଲ ଅଞ୍ଚଳକୁ କାହିଁକି ବୁଲିବାକୁ ଆସିଛ ବୋଲି ପଚାରିବା ସହ ଧମକ ଦେବା ଆରମ୍ଭ କରିଥିଲେ ଦୁର୍ବୃତ୍ତ। ଯୁକ୍ତିତର୍କ ବଢ଼ିବାରୁ ପୂର୍ବରୁ ଛପି ରହିଥିବା ଆଉ ୬ଜଣ ଅଜଣା ଦୁର୍ବୃତ୍ତ ନକ୍ସଲ ପୋଷାକରେ ମାରଣାସ୍ତ୍ର ନେଇ ସେଠାରେ ପହଞ୍ଚିଥିଲେ। ସିରେମ ଏବଂ ନାଗରାଜୁଙ୍କ ମୋବାଇଲ ଛଡ଼ାଇ ରଖିଥିଲେ। ପାଖରେ ଥିବା ୧୦ହଜାର ଟଙ୍କା ମଧ୍ୟ ନେଇ ଯାଇଥିଲେ। ଉଭୟଙ୍କ ହାତଗୋଡ଼ ବାନ୍ଧି ଗୋଟିଏ ଗଛମୂଳରେ ବନ୍ଧକ ରଖିଥିଲେ। କିଛି ଘଣ୍ଟା ପରେ ଦୁର୍ବୃତ୍ତ ପୁଣି ୫ଲକ୍ଷ ଟଙ୍କା ମାଗିଥିଲେ। ଏଥର ସିରେମ ବୁଦ୍ଧି ଖଟେଇ ମୋବାଇଲ୍‌ ଫୋନ୍‌ ମାଗିଥିଲେ।

ଟଙ୍କା ଯୋଗାଡ଼ ଆଳରେ ନିଜ ସଂପର୍କୀୟଙ୍କୁ ଫୋନ୍‌ କରିଥିଲେ। ଘଟଣା ବିଷୟରେ ଅବଗତ କରିବା ପରେ ସଂପର୍କୀୟ ତୁରନ୍ତ ଆମ୍ବଳିଆମ୍ବଗୁଡ଼ା ଗ୍ରାମବାସୀଙ୍କ ସହ ଘଟଣାସ୍ଥଳକୁ ଯାଇଥିଲେ। ଦୂରରୁ ଠେଙ୍ଗାବାଡ଼ି ଧରି ଆସୁଥିବା ‌ଲୋକଙ୍କୁ ଦେଖି ଦୁର୍ବୃତ୍ତ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ଗ୍ରାମବାସୀ ଘେରିଯାଇ ସାହେବ ଏବଂ ସଲପୁକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଖବର ଦିଆଯିବାରୁ ନାରାୟଣପାଟଣା ପୁଲିସ ପହଞ୍ଚି ଦୁଇ ଦୁର୍ବୃତ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ନକ୍ସଲ ନାଁରେ ଟଙ୍କା ମାଗିଥିବା ଦୁଇ ଦୁର୍ବୃତ୍ତ ସ୍ବୀକାର କରିଛନ୍ତି। ଡାକ୍ତରଖାନାରେ ଚିକିତ୍ସା ପରେ ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଘଟଣାରେ ସଂପୃକ୍ତ ଅନ୍ୟ ଦୁର୍ବୃତ୍ତ ଫେରାର ଅଛନ୍ତି। ସେମାନଙ୍କ ସନ୍ଧାନ ଚାଲିଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe