ଯାଜପୁର : ଆଜି ବିଳମ୍ବିତ ରାତରେ ଯାଜପୁରରୋଡ଼ ବସଷ୍ଟାଣ୍ଡ ରେ ଦୁଇଟି ବସ ଜଳି ଯାଇଛି। ବାହାଘର ଭଡ଼ାରୁ ଫେରି ବସ୍ ଦୁଇଟି ଷ୍ଟାଣ୍ଡ ଭିତରେ ପାଖାପାଖି ଛିଡ଼ା ହୋଇଥିବା ବେଳେ ସେଥିରେ ନିଆଁ ଲାଗିଥିଲା। ନିରୂପମା ବସର ଚାଳକ ଗାଡ଼ି ଭିତରେ ଶୋଇବା ପାଇଁ ମଶା ଧୂପ ଲଗାଇଥିଲେ। କେହି ଜଣେ ବ୍ୟକ୍ତି ଡାକିବାରୁ ସେ ବାହାରକୁ ଆସି କଥା ହେଉଥିବା ବେଳେ ହଠାତ ବସରେ ନିଆଁ ଲାଗି ଯାଇଥିଲା। ବସଟି ଭୟଙ୍କର ଭାବେ ଜଳିବା ସହ ପାଖରେ ଥିବା ସୁଲୋଚନା ବସରେ ମଧ୍ୟ ନିଆଁଲାଗି ଯାଇଥିଲା। ବସ ଚାଳକ ଅଗ୍ନିଶମ ବାହିନୀ ଓ ଯାଜପୁର ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ କରିଥିବା ବେଳେ ବସ ଦୁଇଟି ସଂପୂର୍ଣ୍ଣ ଜଳିଯାଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ଜଣାପଡ଼ିଛି।
ଯାଜପୁର : ମଶା ଧୂପରୁ ଜଳିଗଲା ଦୁଇଟି ବସ୍
Advertisment
Follow Us