ହସ୍ତଶିଳ୍ପ ପ୍ରଦର୍ଶନୀ ବିଦ୍ୟୁତ୍‌ ଦୁର୍ଘଟଣା: ଖେଳଣା ବିକୁଥିବା ନାବାଳକ ମୃତ

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ପଦାରେ ପଡ଼ିଲା ବ୍ୟାପକ ଅବ୍ୟବସ୍ଥା
ପ୍ରବେଶ, ପ୍ରସ୍ଥାନ ଗୋଟିଏ ରାସ୍ତା; ଅଗ୍ନି ନିରାପତ୍ତାକୁ ଅଣଦେଖା

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଆର୍‌ଏମ୍‌ସି ପରିସରରେ ଚାଲିଥିବା ଅରୂପା ହସ୍ତଶିଳ୍ପ ପ୍ରଦର୍ଶନୀରେ ଗତକାଲି ରାତି‌ରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମେଳାରେ ଖେଳଣା ଷ୍ଟଲ୍ ଖୋଲିଥିବା ଜଣେ ନାବାଳକ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ, ଭୁବନେଶ୍ବର ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୩ର ଚିଟିବାବୁ ଆଚାରୀଙ୍କ ପୁଅ ଶିବା (୧୬)।

ଶିବା ଉକ୍ତ ପ୍ରଦର୍ଶନୀରେ ପିଲାଙ୍କ ପାଇଁ ଖେଳଣା ଷ୍ଟଲ୍ ଖୋଲିଥିଲେ। ରାତିରେ ମେଳା ସରିବାପରେ ଶିବା ଏକ ଶିଡ଼ିରେ ଚଢ଼ି ଷ୍ଟଲ୍ ବନ୍ଦ କରୁଥିବା ସମୟରେ ହଠାତ୍ ସେଠାରେ ଥିବା ଏକ ଉଚ୍ଚକ୍ଷମତାସଂପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଛିଟିକି ପଡ଼ିଥିଲେ। ଅନ୍ୟ ବ୍ୟବସାୟୀମାନେ ତୁରନ୍ତ ଏକ ଅଟୋରେ ଶିବାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ‌ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଭଞ୍ଜନଗର ଥାନାରେ କେସ୍ ନମ୍ବର ୨୦ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବକୁ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି।

publive-image

ଏହିଭଳି ଏକ ଅଭାବନୀୟ ଘଟଣା ସହରରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ‘ଅରୂପା’ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ୟରେ ଚାଲିଥିବା ଏହି ମେଳାରେ ବ୍ୟାପକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ମେଳାରେ ପ୍ରାୟ ୭୦ଟି ଷ୍ଟଲ୍ ଖୋଲିଥିବାବେଳେ ରାଜ୍ୟ ଓ ରାଜ୍ୟ ବାହାରୁ ହସ୍ତଶିଳ୍ପ ବ୍ୟବସାୟୀ ଏଠାରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି। ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ସହସ୍ରାଧିକ ଲୋକଙ୍କ ଭିଡ଼ ଜମୁଛି। ତେବେ, ପ୍ରଦର୍ଶନୀ ସ୍ଥଳକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ କେବଳ ‌ଗୋଟିଏ ମାତ୍ର ରାସ୍ତା ରହିଥିବାବେଳେ ଅଗ୍ନି ନିରାପତ୍ତାକୁ ଅଣଦେଖା କରାଯାଇଛି। ସେହିପରି ବିଦ୍ୟୁତ୍ ସାମଗ୍ରୀଠୁ ଆରମ୍ଭ କରି ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଯାଞ୍ଚ ହୋଇଥିଲା କି ନାହିଁ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଭଳି ଏବଂ କେଉଁ ପରିସ୍ଥିତିରେ ଜଣେ ନିରୀହ ନାବାଳକର ଜୀବନ ଚାଲିଗଲା ଏହାର ସଠିକ୍ ତଦନ୍ତ ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe