ବାଲେଶ୍ୱର : ଟାଟାପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଏନ୍ଓଡିଏଲ ପକ୍ଷରୁ ବିଭିନ୍ନ ପ୍ରକାର ଡିଜିଟାଲ୍ ବିଦ୍ୟୁତ ବିଲ ପୈଠ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମହାମାରୀ କରୋନା କାଳରେ ଗ୍ରାହକଙ୍କୁ ସୁରକ୍ଷିତ ଓ ସୁବିଧାଜନକ ସେବା ପ୍ରଦାନ କରିବା ହେଉଛି ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସାମାଜିକ ଯୋଗାଯୋଗକୁ ହ୍ରାସ କରିବା ଏବଂ ମୁଦ୍ରାନୋଟ୍ ଜରିଆରେ ବ୍ୟାପୁଥିବା କରୋନା ଭାଇରସ୍ ଚିନ୍ତାର ମୁକାବିଲା କରିବା ଦିଗରେ ଏହା ଏକ ମାଧ୍ୟମ ସାବ୍ୟସ୍ତ ହେବ।
ଟିପିଏନ୍ଓଡିଏଲ୍ ପକ୍ଷରୁ ଫୋନ୍ ପେ, ଆମାଜନ୍ ପେ, ଗୁଗୁଲ ପେ, ମୋବିକ୍ବିକ୍, ଏୟାରଟଲ ମନି, ହ୍ବାଟସ୍ଆପ୍ ପେମେଣ୍ଟ ଓ କ୍ୟୁଆର୍ କୋଡ୍ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଗ୍ରାହକମାନେ ଆକ୍ସିସ୍ ବ୍ୟାଙ୍କ ମାଧ୍ୟମରେ ଏନ୍ଇଏଫ୍ଟି/ଆରଟିଜିଏସ୍/ଆଇଏମ୍ପିଏସ୍/ଏସ୍ଏମ୍ଏସ୍ ଲିଙ୍କ୍ ପେମେଣ୍ଟ୍ ଜରିଆରେ ମଧ୍ୟ ପେମେଣ୍ଟ୍ କରିପାରିବେ। ଡିଜିଟାଲ୍ ପେମେଣ୍ଟ୍ ବ୍ୟବହାର କରୁଥିବା ଗ୍ରାହକମାନେ ସେମାନଙ୍କ ବିଲ୍ରେ ୨% ରିହାତି ପାଇପାରିବେ। ସେମାନେ କଂପାନିର ୱେବ୍ସାଇଟ୍: www.tpnodl.com ଜରିଆରେ ସିଧାସଳଖ ପେମେଣ୍ଟ୍ ମଧ୍ୟ କରିପାରିବେ। ବିଲ୍ ସୃଷ୍ଟି ହୋଇଥିବା ଏବଂ ପେମେଣ୍ଟ୍ ସଫଳ ହୋଇଥିବା ସ୍ବୀକୃତି ବିଷୟରେ ଟିପିଏନ୍ଓଡିଏଲ ଗ୍ରାହକମାନେ ହ୍ବାଟସ୍ଆପ୍ ସମେତ ଏସ୍ଏମ୍ଏସ୍ ଜରିଆରେ ସୂଚନାର ଲାଭ ପାଇପାରିବେ।
ଗ୍ରାହକମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡିକୁ ଆମ ୱେବସାଇଟ ଓ ମୋବାଇଲ୍ ଆପ୍ରେ ପଞ୍ଜୀକରଣ କରିବାକୁ ହେବ। ବିଦ୍ୟୁତ ବିଲ୍ ପାଇବା ଲାଗି ଗ୍ରାହକମାନଙ୍କ ଲାଗି ଟିପିଏନ୍ଓଡିଏଲ୍ ପକ୍ଷରୁ ସେଲ୍ଫ ମିଟର୍ ରିଡିଂ ଅପଲୋଡ୍ କରିବା ଏବଂ ଏହାପରେ ବିଭିନ୍ନ ପେମେଣ୍ଟ୍ ବିକଳ୍ପକୁ ବ୍ୟବହାର କରି ପେମେଣ୍ଟ କରିବା ସୁବିଧା ଆରମ୍ଭ କରାଯାଇଥିବା ଟିପିଏନ୍ଓଡିଏଲ ସିଇଓ ଭାସ୍କର ସରକାର ସୂଚନା ଦେଇଛନ୍ତି।
Follow Us