ରାଜ୍ୟରେ ଟିପିଆର ଖସୁଛି, ଦିନକରେ ୫୫୦ ପଜିଟିଭ୍, ୧୨ ମୃତ

Advertisment
ତୃତୀୟ ଲହର ଆସନ୍ନ! ରାଜ୍ୟରେ ୫ ଦିନରେ ସଂକ୍ରମଣ ହାର ଦୁଇଗୁଣା, କୋଲକାତାରୁ ମାଡ଼ିଆସୁଛି ବିପଦ

The Verge

ଭୁବନେଶ୍ୱର : ରାଜ୍ୟରେ କରୋନାର ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) କ୍ରମାଗତ ଭାବେ ଖସିବାରେ ଲାଗିଛି। ଗତ ସେପ୍ଟେମ୍ବର ମାସରେ ପ୍ରାୟ ୭ ପ୍ରତିଶତ ନିକଟରେ ପହଞ୍ଚିଥିବା ଟିପିଆର ଏବେ ୫.୪୬ ପ୍ରତିଶତକୁ ଖସି ଆସିଛି। ଏବେ ପରୀକ୍ଷା ତୁଳନାରେ ଯଥେଷ୍ଟ କମ୍ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୫୦ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି ପାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଛି। ଏଥିରେ ସୁନ୍ଦରଗଡ଼ ୪, ଖୋର୍ଧା ୩, ଅନୁଗୁଳ ୨, ଯାଜପୁର, ଢେଙ୍କାନାଳ ଓ ବାଲେଶ୍ବରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୭୩୦କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୯୧ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଆଜି ୮୦୨ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୧୦ହଜାର ୫୪୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୪୫୭କୁ ଖସି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe