ରାଜ୍ୟର ୬ ଜିଲ୍ଲାରେ ଟିପିଆର ୧୦%ରୁ ଅଧିକ

ଦିନକରେ ୫୭୩ ପଜିଟିଭ୍, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୮୬୯କୁ ବୃଦ୍ଧି

ଦିନକରେ ୫୩ ‌କୋଭିଡ ଆକ୍ରାନ୍ତ ଚିହ୍ନଟ

cntraveller.in

ଭୁବନେଶ୍ବର : ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୫ଶହ ଉପରେ ଜାରି ରହିଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଛି। ତେବେ ରାଜ୍ୟର ୬ଟି ଜିଲ୍ଲାରେ କରୋନା ସଂକ୍ରମଣ ହାର(ଟିପିଆର) ୧୦ ପ୍ରତିଶତରୁ ଅଧିକ ରହିଛି। ଏପରିକି ବୌଦ୍ଧ ଜିଲ୍ଲାରେ ସଂକ୍ରମଣ ହାର ୨୨ ପ୍ରତିଶତରୁ ଅଧିକ ରହିଛି। ଚଳିତମାସ ୨୧ତାରିଖରୁ ୨୭ ତାରିଖ ମଧ୍ୟରେ ସଂକ୍ରମଣ ହାରକୁ ରେକର୍ଡ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ବୌଦ୍ଧ ବାଦ୍ ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ହାର ଅଧିକ ରହୁଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାର ଜିଲ୍ଲା ଏଥିରେ ଯୋଡ଼ି ହୋଇଛନ୍ତି। ୭ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ଥିବା ବେଳେ ୧୭ ଜିଲ୍ଲାରେ ଏହା ୫ ପ୍ରତିଶତରୁ କମ୍ ରହିଛି। ରାଜ୍ୟରେ ଦୈନିକ କରୋନା ଟେଷ୍ଟିଂ ୫-୬ହଜାର ମଧ୍ୟରେ ହେଉଥିବା ବେଳେ ତହିଁରୁ କେତେ ସଂଖ୍ୟକ ଆରଟି-ପିସିଆର ପରୀକ୍ଷା ହେଉଛି ତାହା ସଂପର୍କରେ କୌଣସି ସୂଚନା ମିଳିନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ ଟେଷ୍ଟିଂ ଓ ଜିଲ୍ଲାୱାରୀ ତଥ୍ୟ ସଂପର୍କରେ କୌଣସି ସୂଚନା ଦିଆଯାଉନାହିଁ।

ରାଜ୍ୟରେ ଗତ ୨୪ଘଣ୍ଟାରେ ୫୭୩ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୮୬୯କୁ ବୃଦ୍ଧି ପାଇଛି। ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଖସୁଥିବା ବେଳେ ଓଡ଼ିଶାରେ କିନ୍ତୁ ବଢ଼ିବାରେ ଲାଗିଛି। ଚିକିତ୍ସାଧୀନ ରୋଗୀଙ୍କ ତାଲିକାରେ ଓଡ଼ିଶା ଏବେ ଦେଶରେ ଚତୁର୍ଥ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe