ରଡ଼ ବୋଝେଇ ଟ୍ରାକ୍ଟର ଓଲଟିଲା, ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ

Advertisment
ରଡ଼ ବୋଝେଇ ଟ୍ରାକ୍ଟର ଓଲଟିଲା, ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ

Telegraph India

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ସାନହିଂସର ଛକ ନିକଟରେ ଏକ ରଡ଼ ବୋଝେଇ ଟ୍ରାକ୍ଟର ଓଲଟିପଡିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ପୁଲିସ ସୂତ୍ରରୁ ଆଜି ଅପରାହ୍ନ ୩ ଟାରେ ମଝିକାଛକ ମେଗା ଜଳ ଯୋଗାଣ ପ୍ରକଳ୍ପରୁ ରଡ଼ ନେଇ ଓଡ଼ି-୧୯-୭୦୫୬ ନମ୍ବର ଟ୍ରାକ୍ଟର ସାନହିଂସର ଆଡକୁ ଯାଉଥିଲା। ଟ୍ରାକ୍ଟର ଟ୍ରଲିରେ ୩ ଜଣ ଶ୍ରମିକ ବସିଥିଲେ। ଦ୍ରୁତଗତିରେ ଯାଉଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ସାନହିଂସର ଛକ ନିକଟରେ ଓଲଟିପଡିଥିଲା। ଟ୍ରାକ୍ଟର ଟ୍ରଲି ତଳେ ଖୁସିଦିଲ ଆଲମ(୧୭) ନାମକ ପଶ୍ଚିମବଙ୍ଗର ଶ୍ରମିକ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପିତା ମହମଦ ଖାଲିଦ(୪୬) ଗୁରୁତର ଆହତ ହୋଇଛନ୍ତି। ଜରପଡା ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ପୁଅର ଶବ ବ୍ୟବଛେଦ ପାଇଁ ପଠାଇଛି। ଏହା ସହ ବାପାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ର୍ଘଟଣା ପରେ ଚାଳକ ଫେରାର ଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରି ତଦନ୍ତ ଚଳେଇଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe