ଓଲଟି ପଡ଼ିଲା ଇଟା ବୋଝେଇ ଟ୍ରାକ୍ଟର : ଜଣେ ମୃତ, ୩ ଗୁରୁତର ଓ ୭ ଆହତ

Advertisment
ଓଲଟି ପଡ଼ିଲା ଇଟା ବୋଝେଇ ଟ୍ରାକ୍ଟର : ଜଣେ ମୃତ,  ୩ ଗୁରୁତର ଓ ୭ ଆହତ

ପାରଳାଖେମୁଣ୍ଡି: ଆଜି ସକାଳ ପ୍ରାୟ ୮ଟାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ କୁମୁଲାସିଂ ପଞ୍ଚାୟତ ଅନ୍ତର୍ଗତ କଞ୍ଚିମୁଣ୍ଡାଠାରୁ ସରଗଲ ମଧ୍ୟରେ ଥିବା ଏକ ଗଡ଼ାଣି ନିକଟରେ ଭାରସାମ୍ୟ ହରାଇ ଏକ ଇଟା ବୋଝେଇ ଟ୍ରାକ୍ଟର (ଓଡି୨୦ ୫୮୮୩)ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡିଟିର ଡାଲା ଉପରେ ଗାଡିରେ କାମ କରୁଥିବା ଶ୍ରମିକମାନେ ବସି ଥିଲେ ଓ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଶ୍ରମିକମାନଙ୍କ ଉପରେ ଇଟା ଗୁଡ଼ିକ ଲଦି ହୋଇ ଯାଇଥିଲା।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ଅଟୋ ଯୋଗେ ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ସବୀର କୁମାର ବଳ ତୁରନ୍ତ ସେମାନଙ୍କ ପ୍ରାଥମିକ ଚିକିତ୍ସା କରିବା ସହିତ ୩ ଜଣ ଗୁରୁତର ଦୀପକ ଭୂୟାଁ(୨୫), ରମେଶ ଭୂୟାଁ(୩୧), ଟୁନା ଶବର(୨୫) ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଥିବା ବେଳେ ମୁଖ୍ୟ ଚିକିତ୍ସାଳୟରେ ଦୀପକ ଭୂୟାଁ(୨୫)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

publive-image

ଅନ୍ୟ ଆହତଙ୍କ ମଧ୍ୟରେ କାଳିଆ ଭୂୟାଁ(୨୦), ସୁନୀଲ ଶବର(୨୦), ରୋଷନ୍ ଭୂୟାଁ(୧୯), ବିନୟ ଶବର(୩୮) ରାୟଗଡ ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଖବର ଲେଖିବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନଥିବା ରାୟଗଡ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସୁଚନା ଦେଇଛନ୍ତି। ରାୟଗଡ ଥାନା ତରଫରୁ ତଦନ୍ତ ଚାଲୁ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe