ଓଲଟିଲା ଟ୍ରାକ୍ଟର: ଚାଲିଗଲା ଦୁଇ ଜୀବନ, ଚାରି ଜଣ ଗୁରୁତର

Advertisment
ଓଲଟିଲା ଟ୍ରାକ୍ଟର: ଚାଲିଗଲା ଦୁଇ ଜୀବନ, ଚାରି ଜଣ ଗୁରୁତର

କାମାକ୍ଷାନଗର: ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଇଁ ଜଙ୍ଗଲରୁ ଝାଟି ସଂଗ୍ରହ କରି ଫେରୁଥିବା ସମୟରେ ଟ୍ରାକ୍ଟର ଓଲଟି ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଗ୍ରାମର ଟିପିଲେଇ ସଂରକ୍ଷିତ ଜଙ୍ଗଲରେ। ତେବେ ଖବର ପାଇ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି କେତେକଙ୍କୁ ମଠକରୋଗଳା ମେଡିକାଲରେ ଭର୍ତ୍ତି କରିଥିବାବେଳେ ଅନ୍ୟମାନଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ମଠକରୋଗଳା ମେଡିକାଲରେ ପ୍ରଫୁଲ୍ଲ କୁମାର ସାମଲ (୪୭)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଭୁବନ ମେଡିକାଲରେ ହରିହର ସାମଲ (୬୦)ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଏହି ଦୁର୍ଘଟଣାରେ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ଜଣାଯାଇଛି। ତେବେ ଖବର ପାଇ ଭୁବନ ଥାନା ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe