କାଳ ହେଲା ବାପାଙ୍କ ଟ୍ରାକ୍ଟର୍‌, ଚକା ତଳେ ଗଲା ୩ ବର୍ଷ ପୁଅର ଜୀବନ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ବାହାନଗା: କାହା ଛାତି ବା ସହିବ! ବ୍ୟବସାୟ କରି ଘର ଚଳାଇବା ପାଇଁ ଯେଉଁ ଟ୍ରାକ୍ଟର କିଣାଯାଇଥିଲା, ସେଇ ଟ୍ରାକ୍ଟର କାଳ ସାଜିଲା। ଡ୍ରାଇଭରଙ୍କ ଅଜାଣତରେ ମାଲିକଙ୍କ ପୁଅ ଉପରେ ଗାଡ଼ିର ଚକ ଚଢ଼ିଗଲା। ପୁଅକୁ ହରାଇ ପରିବାର ଏବେ ଲୁହରେ ଭାସୁଛି। ଶୋକରେ ବୁଡ଼ିଯାଇଛନ୍ତି ସାହିପଡ଼ିଶା। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ପଣପଣା ପଞ୍ଚାୟତ ଅଧୀନ ବେଗୁନିଆ ଗ୍ରାମରେ।
ବେଗୁନିଆ ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ଏକ ଟ୍ରାକ୍ଟର ଅଛି।

ଘର ପରିବାରର ଭରଣପୋଷଣ ପାଇଁ ସେ ଟ୍ରାକ୍ଟରଟିକୁ ଦୀର୍ଘବର୍ଷ ହେଲା କିଣିଥିଲେ। ଟ୍ରାକ୍ଟର ଚଳାଇବା ପାଇଁ ଜଣେ ଡ୍ରାଇଭର ନିୟୋଜିତ ଥିଲେ। ତେବେ ଆଜି ଡ୍ରାଇଭର ଜଣକ ଗାଡ଼ି ନେଇ କାମକୁ ଯିବା ବେ‌ଳେ ରମେଶଙ୍କ ୩ ବର୍ଷର ପୁଅ ଦିବ୍ୟାଂଶୁ ହଠାତ୍‌ ଆଗକୁ ଚାଲିଆସିଥିଲେ। ଏ କଥା ଡ୍ରାଇଭର ଜାଣି ନଥିବା ବ‌େଳେ ଗାଡ଼ିର ପଛ ଚକ ଦିବ୍ୟାଂଶୁଙ୍କ ଉପରେ ମାଡ଼ିଯାଇଥିଲା। ପରିବାର ଲୋକ ଉଦ୍ଧାର କରି ତାଙ୍କୁ ସଂଗେ ସଂଗେ ଖନ୍ତାପଡ଼ା ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ଦିବ୍ୟାଂଶୁଙ୍କୁ ମୃତ ଘୋଷଣା କରିଥିଲେ। ଖନ୍ତାପଡ଼ା ପୁଲିସ ଶବ ବ୍ୟବଚ୍ଛେଦ ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗାଁ’ରେ ଶୋକାକୁଳ ପରିବେଶରେ ଦିବ୍ୟାଂଶୁଙ୍କ ଶେଷକୃତ୍ୟ ହୋଇଛି। ଏନେଇ ଥାନାରେ ୬୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe