ଟ୍ରାକ୍ଟର ତଳେ ଚାପିହୋଇ ଯୁବକ ମୃତ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ରାଇସୁଆଁ :କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ରାଇସୁଆଁ ପଞ୍ଚାୟତ ସମାକୁଦ ଗ୍ରାମର ନିତ୍ୟାନନ୍ଦ ବେହେରାଙ୍କ ସାନପୁଅ ଗୋପବନ୍ଧୁ ବେହେରା (୨୬) ଆଜି ସକାଳେ ଟ୍ରାକ୍ଟର ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି। ଗ୍ରାମର ଗୋଲଖ ନାୟକ ଗତକାଲି ଏକ ଟ୍ରାକ୍ଟରରେ ବରମୁଣ୍ଡିଆ ଚକରେ ଥିବା ଜମିରେ ଚାଷ କରୁଥିଲେ।

ଖାଲରେ ଟ୍ରାକ୍ଟରଟି ଫସି ଯାଇଥିଲା। ଗାଡ଼ି ଚାଳକ ମୀନା ମୁଣ୍ଡା ଗାଡ଼ିକୁ ସେଠାରୁ ଉଦ୍ଧାର ନ କରି ପାରି ଘରକୁ ଫେରିଆସିଥିଲେ। ଆଜି ସକାଳୁ ଗୋପବନ୍ଧୁ ଖାଲରେ ଫସିଥିବା ଟ୍ରାକ୍ଟରକୁ ଉଦ୍ଧାର କରିବା ବେଳେ ଗାଡ଼ି ତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଏକ ଗାଡ଼ିରେ ରଶି ଲଗାଇ ଟ୍ରାକ୍ଟରକୁ ଖାଲରୁ ବାହାର କରିବା ସହ ଗୋପବନ୍ଧୁଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। କାଳିଆହତା ଫାଣ୍ଡି ଅଧିକାରୀ ଏକେ ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe