ଟ୍ରାକ୍ଟର ବାଇକ୍ ମୁହାଁମୁହିଁ ଧକ୍କା , ତିନି ବର୍ଷର ଝିଅ ମୃତ, ବାପା ଗୁରୁତର, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଟ୍ରାକ୍ଟର ବାଇକ୍ ମୁହାଁମୁହିଁ ଧକ୍କା , ତିନି ବର୍ଷର ଝିଅ ମୃତ, ବାପା ଗୁରୁତର, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଅଙ୍ଗୀନଦୀ ପୋଲ ନିକଟରେ ଏକ ଟ୍ରାକ୍ଟର ଓ ବାଇକ୍ ମୁହାଁ ମୁହିଁ ଧକ୍କା ଫଳରେ ବାଇକ୍ ରେ ଥିବା ତିନି ବର୍ଷର ନାବାଳିକା ଝିଅର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ଓ ବାପା ଗୁରୁତର ଆହତ ହୋଇଛନ୍ତି।

ବାଇକ୍ ଚାଳକ କନ୍ୟାଶ୍ରମ ଗୁଡା ର ତୁଳସୀ ଗୌଡ଼ (୨୩) ବୋଲି ଜଣା ପଡିଛି। ତେବେ ଉପଯୁକ୍ତ କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଲୋକେ ଡାବୁଗାଁ - ନବରଙ୍ଗପୁର - ଉମରକୋଟ ରାସ୍ତାକୁ ଅବରୋଧ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ୭ ଘଣ୍ଟ ସମୟରେ ଏକ ଟ୍ରାକ୍ଟର (ଓ ଡି ୨୪ କେ ୩୧୫୪) ଜମିରେ ଚାଷ କରି ଲୁହାଚକ ( କାଜୁଆଲ) ଲଗାଇ କନ୍ୟାଶ୍ରମର ଅଙ୍ଗୀନଦି ଦେଇ ଡାବୁଗାଁ ଆସୁଥିଲା । ଠିକ୍ ଏହି ସମୟରେ ନିକଟ କନ୍ୟାଶ୍ରମ ଗୁଡାର ତୁଳସୀ ଗୌଡ଼ (୨୩) ନିଜ ତିନି ବର୍ଷର ଝିଅ ଓ ୫ ବର୍ଷର ପୁଅକୁ ଏକ ବାଇକରେ ଡାବୁଗାଁରୁ ନିଜ କନ୍ୟାଶ୍ରମ ଗୁଡାକୁ ଯାଉଥିଲା। ତେବେ କନ୍ୟାଶ୍ରମ ନିକଟ ଅଙ୍ଗୀନଦି ପୋଲ ନିକଟରେ ଅସାବଧାନତା ଯୋଗୁଁ ବାଇକ୍ ଟ୍ରାକ୍ଟର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ବାଇକରୁ ବାପା, ଝିଅ ଓ ପୁଅ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ବାଇକର ମୁହଁରେ ବସିଥିବା ତିନି ବର୍ଷର ଝିଅ ଓ ବାପା ତୁଳସୀ ଗୌଡ଼ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରୁ ଉଭୟ ବାପା ଝିଅଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଟ୍ରାକ୍ଟରକୁ ଜବତ କରିଥିଲେ। ତେବେ ଡାକ୍ତର ସେଠାରେ ତିନି ବର୍ଷର ଝିଅକୁ ମୃତ ଘୋଷଣା କରିଥିଲେ। ଗୁରୁତର ତୁଳସୀ ଗୌଡ଼ କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଉତ୍ୟକ୍ତ ଲୋକେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତ ତିନି ବର୍ଷର ଝିଅକୁ ଧରି ଦୁର୍ଘଟଣା ଘଟିଥିବା ଅଙ୍ଗି ନଦୀ ପୋଲ ନିକଟ ରାଜ୍ୟ ରାଜପଥ ଉପରେ ଶବ ରଖି ରାସ୍ତା ରୋକ କରିଥିଲେ । ଉତ୍ୟକ୍ତ ଲୋକେ ରାଜ୍ୟ ରାଜପଥ ଅବରୋଧ କରିବା ପରେ ଉଭୟ ନବରଙ୍ଗପୁର ଓ ଉମରକୋଟ କୁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ଘଟଣା ସ୍ଥଳରେ ଡାବୁଗାଁ ପୁଲିସ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe