ବିଦ୍ୟୁତ ତାର ଛିଣ୍ଡିବାରୁ ଧାନ ଅମଳ ମେସିନ ସହ ଜଳିଗଲେ ଟ୍ରାକ୍ଟର ଚାଳକ

Advertisment
ବିଦ୍ୟୁତ ତାର ଛିଣ୍ଡିବାରୁ ଧାନ ଅମଳ ମେସିନ ସହ ଜଳିଗଲେ ଟ୍ରାକ୍ଟର ଚାଳକ

ବୁଗୁଡ଼ା: ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅଂଚଳରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଲଗାଇ ଧାନ ଅମଳ କରୁଥିବା ବେଳେ ଖଳା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଛି। ଫଳରେ ଟ୍ରାକ୍ଟର ଚାଳକଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ମନୋଜ କୁମାର ପ୍ରଧାନ (୨୮)।

ସୂଚନା ଅନୁସାରେ ବୁଗୁଡ଼ା ଥାନା ଅନ୍ତର୍ଗତ ବି. ବ୍ରହ୍ମପୁର ଗାଁରେ ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ତୁଳସୀପଲ୍ଲୀ ଗାଁର ମନୋଜ କୁମାର ପ୍ରଧାନ ଆଜି ଅପରହ୍ନ ସମୟରେ ଟ୍ରାକ୍ଟର (ଓଡି ୩୨ଏଫ୍‌-୬୬୩୮) ଲଗାଇ ଧାନ ଅମଳ କରୁଥିଲେ। କିନ୍ତୁ ଦୁଃଭାଗ୍ୟର ବିଷୟ ଥିଲା ଯେ, ମନୋଜ ଯେଉଁ ସ୍ଥାନରେ ଧାନ ଅମଳ କରୁଥିଲେ ଏହାର ଉପର ଦେଇ ବିଦ୍ୟୁତ ତାର ଯାଇଥିଲା ସେହି ତାରଟି ଟ୍ରାକ୍ଟର ଉପରେ ଛିଡି ପଡିଯାଇଥିଲା। ବିଦ୍ୟୁତ ତାର ସ୍ପସର୍ଶରେ ଆସି ମନୋଜ ଗୁରୁତର ହୋଇଯାଇଥିଲେ। ସେଠାରେ ଥିବା ଧାନଗଦା ସହ ଧାନ ଅମଳ ଗାଡି ଜଳି ଯାଇଥିଲା।

publive-image

ତେବେ ଜଳି ଯାଉଥିବା ବେଳେ ବି.ବ୍ରହ୍ମପୁର ଗ୍ରାମର ଲୋକମାନେ ଏହା ଦେଖି ଶୁଖିଲା ବାଉଁଶ ଦ୍ୱାରା ବିଦ୍ୟୁତ ତାର ବାହାର କରି ମନୋଜଙ୍କୁ ଉଦ୍ଧାର କରିଥିଲେ। ସୂଚନା ପାଇଁ ଆମ୍ବୁଲାନ୍ସ ସେଠାରୁ ପହଞ୍ଚି ଗୁରୁତର ମନୋଜଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। କିନ୍ତୁ ଡାକ୍ତରଖାନାରେ ମନୋଜକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଦମକଳ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe