ଟ୍ରାକ୍ଟର ଚାଳକର ଆତଙ୍କରାଜ

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ, ଘଟଣା ଚପାଇଦେବାକୁ ଉଦ୍ୟମ

VectorStock

ବୌଦ୍ଧ : ବୌଦ୍ଧ ସହରରେ କିଛି ସମୟ ପାଇଁ ଆତଙ୍କ ଖେଳାଇଛି ଜଣେ ଟ୍ରାକ୍ଟର ଚାଳକ। ନିଶାସକ୍ତ ଅବସ୍ଥାରେ ଜନଗହଳି ରାସ୍ତାରେ ଜଣଙ୍କ ପରେ ଜଣଙ୍କୁ ଧକ୍କା ଦେବାପରେ ସତସଙ୍ଗ ବିହାର ନିକଟରେ ଚଳନ୍ତା ଟ୍ରାକ୍ଟରରୁ ଡିଆଁ ମାରି ଫେରାର ହୋଇଯାଇଛି।

ସୋମବାର ରାତି ୯ଟାରେ ଟ୍ରାକ୍ଟରଟି ଗାନ୍ଧୀ ଛକରୁ ଡେଲି ମାର୍କେଟ ରାସ୍ତାରେ ଯାତାୟତ କରୁଥିବା ଗୋଟିଏ ପରେ ଗୋଟିଏ ସାଇକଲ, ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଚାଲିଥିଲା। ଘଟଣାରେ ପ୍ରାୟ ୫ଜଣ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। କିଛି ସାଇକଲ ଓ ବାଇକ୍‌ ମଧ୍ୟ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଟ୍ରାକ୍ଟରକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe