ପାରଳାରେ ୩ ସପ୍ତାହ ହେଲା ଟ୍ରାକ୍ଟର୍ ଚଳାଚଳ ବନ୍ଦ

୧୬ରେ ପ୍ରଶାସନ ସହ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ: ମାଲିକ ସ˚ଘ

ପାରଳାରେ ୩ ସପ୍ତାହ ହେଲା ଟ୍ରାକ୍ଟର୍ ଚଳାଚଳ ବନ୍ଦ

ପାରଳାଖେମୁଣ୍ତି: ଗତ କିଛି ସପ୍ତାହ ହେଲା ଗଜପତି ଜିଲ୍ଲାରେ ଟ୍ରାକ୍ଟର ଚଳାଚଳ ବନ୍ଦ ରହିଛି। ସରକାରୀ ଆଇନକୁ ପ୍ରତିବାଦ କରି ଟ୍ରାକ୍ଟର ମାଲିକ ମାନେ ଏକତ୍ରିତ ହୋଇ ଟ୍ରାକ୍ଟର ପରିଚାଳନା ବନ୍ଦ କରିଦେଇଥିବା ଯୋଗୁଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଟ୍ରାକ୍ଟର ଚଳାଚଳ ବନ୍ଦ ହୋଇଯାଇଥିବା ଯୋଗୁଁ ପାରଳାଖେମୁଣ୍ତି ଏବ˚ ଆଖପାଖ ଅଞ୍ଚଳରେ ସରକାରୀ ଏବ˚ ବେସରକାରୀ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି ।

ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗର ନିର୍ଦ୍ଦେଶ କ୍ରମେ ମାଇନ ଆଣ୍ତ ମିନେରାଲ ଆକ୍ଟକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ବାଲି, ଇଟା, ପଥର ଆଦି ସାମଗ୍ରୀର ରାଜସ୍ବ ସ˚ଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଦୁଇମାସ ହେଲା ରାଜସ୍ବ ବିଭାଗର ନିରୀକ୍ଷକମାନେ ବିନା ପରମିଟ ଓ ଟ୍ରାଞ୍ଜିଟ ପାସ୍‌ରେ ବାଲି ଏବଂ ଇଟା ଚାଲାଣ କରୁଥିବାରୁ ଟ୍ରାକ୍ଟରଗୁଡ଼ିକ ଉପରେ ମୋଟା ଅଙ୍କର ଜରିମାନା ପକାଯାଇଥିଲା। ଏହି ଘଟଣାରେ ପୁଲିସ ମଧ୍ୟ ସକ୍ରିୟ ହୋଇ ସ୍ବତନ୍ତ୍ର ଭାବେ ବିନା କାଗଜ ପତ୍ରରେ ଚାଲୁଥିବା ଟ୍ରାକ୍ଟରଗୁଡ଼ିକୁ ଜବତ କରିବା ସହ କିଛି ମାଲିକମାନଙ୍କ ନାମରେ ଥାନାରେ ଏତଲା ଦାଏର କରିଥିଲା।

ପାରଳା ସହର ଏବ˚ ଆଖପାଖ ଅଞ୍ଚଳରେ ୨୦୦ରୁ ଅଧିକ ଟ୍ରାକ୍ଟର ରହିଥିବା ବେଳେ ସେମାନେ ମୁଖ୍ୟତଃ ଇଟା, ବାଲି, ପଥର ବୋହି ନେବାରେ ନିୟୋଜିତ ହୋଇଥାଆନ୍ତି । ସହରରେ ବାଲି ଟ୍ରାକ୍ଟର ଦର ୩,୫୦୦, ସିମେଣ୍ଟ ଇଟା ଟ୍ରକ୍ଟର ଲୋଡ ପିଛା ୮,୫୦୦, ସାଧାରଣ ଇଟା ଲୋଡ ପିଚ୍ଛା ୭,୫୦୦, ଚିପ୍ସ ଲୋଡ ପିଛା ୬,୦୦୦, ପଥର ଲୋଡ ପିଛା ୩,୫୦୦ ଦର ନିର୍ଦ୍ଧାରଣ ହୋଇଛି।

ତେବେ, ଜଣାପଡ଼ିଛି ଯେ ପଡ଼ୋଶୀ ଗଞ୍ଜାମ ଏବ˚ ରାୟଗଡ଼ା ଜିଲ୍ଲାରେ ଟ୍ରାକ୍ଟର ଲୋଡ ପିଚ୍ଛା ବିଭିନ୍ନ ନିର୍ମାଣ ସାମଗ୍ରୀର ଦର ୨୫ ପ୍ରତିଶତ କମ ରହିଥିବା ବେଳେ ବୌଦ୍ଧ, କନ୍ଧମାଳ ଏବ˚ ଖୋର୍ଦ୍ଧା ଜିଲ୍ଲାରେ ଏହାର ଦର ଆହୁରି କମ ରହିଛି । ସ୍ଥାନୀୟ କିଛି ଠିକାଦାରମାନଙ୍କ ସହ ଆଲୋଚନା ବେଳେ ଜଣାପଡିଛି ଯେ ବିଗତ ୨ ବର୍ଷ ମଧ୍ୟରେ ଟ୍ରାକ୍ଟରମାଲିକ ମାନେ ସ˚ଗଠିତ ହୋଇ ଦରଦାମ ୨ଗୁଣ ବୃଦ୍ଧି କରିଛନ୍ତି । ଟ୍ରାକ୍ଟରରେ ଆସୁଥିବା ସାମଗ୍ରୀ ଦର ବୃଦ୍ଧି ପଛରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କିଛି ଟ୍ରାକ୍ଟର ମାଲିକଙ୍କ ପ୍ରଭାବ ଏବ˚ ପତିଆରା ରହିଥିବା ଜଣାପଡ଼ିଛି।

ଉପଜିଲ୍ଲାପାଳ ସ˚ଗ୍ରାମ ପଣ୍ତାଙ୍କ ସହ ଆଲୋଚନା ବେଳେ ସେ କହିଥିଲେ ଯେ ସରକାରଙ୍କ ରାଜସ୍ବ ଆଇନ ଉଲ୍ଲ˚ଘନ କରିବା ଅଭିଯୋଗରେ କିଛି ଟ୍ରାକ୍ଟର ମାଲିକମାନଙ୍କୁ ଜରିମାନା କରାଯାଇଥିଲା । ବିନା ଟ୍ରାଞ୍ଜିଟ ପାସରେ ଇଟା ଓ ପଥର ବୋଝେଇ ଗାଡ଼ି ବୁଲି ପାରିବ ନାହିଁ ବୋଲି ସେ କହିଛନ୍ତି। ଵାଇ ଫର୍ମର ବ୍ୟବସ୍ଥା ରହିଛି । କିନ୍ତୁ ଟ୍ରାକ୍ଟର ମାଲିକମାନେ ଏହାକୁ ବ୍ୟବହାର କରିବା ପାଇଁ ଇଚ୍ଛୁକ ନୁହନ୍ତି ।

ଏପଟେ, ଟ୍ରାକ୍ଟର ଚଳାଚଳ ବନ୍ଦ ହୋଇଥିବା ଯୋଗୁଁ ସହରରେ ଏବ˚ ଗ୍ରାମାଞ୍ଚଳରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ମଧ୍ୟ ବନ୍ଦ ହୋଇଯାଇଛି । ଏହି ସମସ୍ତ ତଥ୍ୟକୁ ଅନୁଧ୍ୟାନ କରି ଆସନ୍ତା ୧୬ ତାରିଖ ଦିନ ଟ୍ରକ୍ ମାଲିକ ଏବ˚ ପ୍ରାଶାସନିକ ଅଧିକାରୀମାନଙ୍କ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଛି । ଆଲୋଚନା ସଫଳ ହେଲେ ହିଁ ଟ୍ରାକ୍ଟର ଚଳାଚଳ ଶୃଙ୍ଖଳିତ ହେବ ବୋଲି ଆଶା ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe