ରାସନ୍‌ ସାମଗ୍ରୀ ନେଇ ଟ୍ରାକ୍ଟରରେ ଫେରୁଥିଲେ; ଦୁର୍ଘଟଣାରେ ୨ ମୃତ ଓ ୨୦ ଗୁରୁତର

ରାସନ୍‌ ସାମଗ୍ରୀ ନେଇ ଟ୍ରାକ୍ଟରରେ ଫେରୁଥିଲେ; ଦୁର୍ଘଟଣାରେ ୨ ମୃତ ଓ ୨୦ ଗୁରୁତର

ପାତ୍ରପୁର: ରାସନ ସାମଗ୍ରୀ ସହ ୨୨ ଜଣଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛନ୍ତି। ଅନ୍ୟ ୨୦ ଜଣ ଗୁରୁତର ଥିବାରୁ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଗଂଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ପାଂଚଆମ୍ବ ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ମଙ୍ଗଳା ପ୍ରଧାନ (୪୫) ଓ ସୀତା ପ୍ରଧାନ (୩୫)।

ସୂଚନା ଅନୁସାରେ, ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡ଼ା ଥାନା ଅଧିନ ତୁମ୍ବା ପଂଚାୟତ ଠଣା ଗାଁର ଲୋକମାନେ ରାସନ ସାମଗ୍ରୀ ଆଣିବାକୁ ଆଜି ସକାଳୁ ତୁମ୍ବା ଯାଇଥିଲେ। ସେଠାରୁ ରାସନ ସାମଗ୍ରୀ ଧରି ଘରକୁ ଫେରିବା ବାଟରେ ସାମନ୍ତରାପୁର ପଂଚାୟତ ପାଂଚଆମ୍ବ ଗାଁ ନିକଟ କଳ୍ପେଶ୍ବର ମନ୍ଦିର ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୧୬ ଜଣ ମହିଳାଙ୍କ ସମତେ ମୋଟ ୨୦ ଜଣ ଲୋକ ଗୁରତର ହୋଇଥିଲେ। ସେମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ‌ସମସ୍ତଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସ, ତହସିଲଦାର ଅମିତ କୁମାର ନାୟକ, ବିଡିଓ ପ୍ରକାଶ କୁମାର ଦାଶ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ କିର୍ତ୍ତୀ ଭାସନ ପଂହଚିଛନ୍ତି। ସ୍ଥାନୀୟ ଅଂଚଳରେ ଏହି ଅଭାବନୀୟ ଘଟଣାକୁ‌ ନେଇ ନାନା ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe