ବିବାହ ଭୋଜି ପାଇଁ କାଠ ଆଣିବାକୁ ଯାଇଥିଲେ, ଘାଟିରେ ଟ୍ରାକ୍ଟର ଓଲଟି ୪ ଗୁରୁତର

Advertisment
ବିବାହ ଭୋଜି ପାଇଁ କାଠ ଆଣିବାକୁ ଯାଇଥିଲେ, ଘାଟିରେ ଟ୍ରାକ୍ଟର ଓଲଟି ୪ ଗୁରୁତର

ନାରାୟଣପାଟଣା: ବିବାହ ଭୋଜି ପାଇଁ କାଠ ଆଣିବାକୁ ଯାଇଥିବା ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ‌ହୋଇଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳର ଏକ ଘାଟିରେ ଟ୍ରାକ୍ଟର ଓଲୋଟି। ଏଥିରେ ୨ ଶିଶୁ ‌ସମେତ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା କଣ୍ଡାବୋରିଗୀ ଘାଟିରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। କେଲୁବାଡି ଗାଁର ଲୋକେ ବିବାହ ପାଇଁ କାଠ ଆଣିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ କିଛି ଲୋକେ ବହୁ ସମୟ ପର୍ଯ୍ୟନ୍ତ ଟ୍ରାକ୍ଟର ତଳେ ଚାପି ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାମ ଜାରି ରହିଛି। ଅନ୍ୟପଟେ ମେଡ଼ିକାଲ୍‌ରେ ଥିବା ଗୁରୁତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ୪ଜଣଙ୍କୁ ଆମ୍ବୁଲାନ ଯୋଗେ କୋରାପୁଟ ବଡ଼ମେଡ଼ିକାଲ୍କୁ ସ୍ତନାତରିତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe